ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ; ଜଣେ ମୃତ ଜଣେ ଗୁରୁତର

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ସୁଳିପଦର ଗ୍ରାମର ସାଗର ସାହୁ ନାମକ ଜଣେ ଯୁବକ ( ୨୨) ସ୍କୁଟି ଭାରସାମ୍ୟ ହରାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଏମାନେ କୋଲନାରା ର କୁଲଡ୍ରିଂକ୍ସ କମ୍ପାନୀରେ କାମ କରୁଥିଲେ, ସେ କୁଲଡ୍ରିଂକ୍ସ କମ୍ପାନୀ ର ସାଙ୍ଗମାନଙ୍କ ସହିତ କାଶୀପୁର ପିକନିକ କରିବାକୁ ଯାଇଥିଲେ, ପିକନିକ ସାରି ଆସିବା ସମୟରେ କାଶୀପୁର ବ୍ଲକ ଶିରିପାଇ ପଞ୍ଚାୟତ ର ମିନାଖୁଣ୍ଟି ବ୍ରିଜ ପାଖରେ ଭାରସାମ୍ୟ ହରାଇ ୨ ଜଣ ବାଇକ ସହିତ ବ୍ରିଜ ତଳକୁ ଖସି ପଡିଥିଲେ। ଗୁରୁତ୍ୱର ଅବସ୍ଥାରେ ୨ ଜଣଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ସାଗରଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ଦେଇଥିଲେ। ଏବଂ ଗୁରୁତ୍ୱର ଅବସ୍ଥାରେ ସୁନୀଲ ପ୍ରଧାନ ଙ୍କୁ ରାୟଗଡା ବଡ ମେଡିକାଲ କୁ ସ୍ଥାନାନସ୍ଥିରୀତ କରିଥିଲେ। ସେଠାରେ ଗୁରୁତର ହେବାରୁ ବ୍ରହ୍ମପୁର (ଏମକେସିଜି) ମେଡିକାଲ ସ୍ଥାନାନସ୍ଥିରୀତ କରାଗଲା,  ପରିବାର ଦୁଇ ପୁଅଙ୍କ ମଧ୍ୟରେ ଗୋଟିଏ ମାତ୍ର ରାଜଗାରିଆ ପୁଅ ଥିଲେ ସାଗର ରାଜଗାରିଆ ପୁଅଙ୍କୁ ହରାଇବା ପରେ ଏବେ ବାପା ମାଁ ବାଙ୍ଗି ପଡିଛନ୍ତି କିମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ ଅଛନ୍ତି।  କାଶୀପୁର ପୋଲିସ ପହଞ୍ଚି ଏହାର ତଦନ୍ତ କଲା ପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *