ମର୍ମନ୍ତୁଦ ଦୁର୍ଘଟଣା: କେବିନ୍ ଭିତରେ ଚାପି ହୋଇଗଲା ଡ୍ରାଇଭରଙ୍କ ଜୀବନ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଢେପଗୁଡା ଘାଟିରେ ରବିବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ିର ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଗାଡ଼ିଟି ଏଭଳି ଭାବେ ଚୂରମାର ହୋଇଯାଇଛି ଯେ, ମୃତ ଚାଳକଙ୍କ ଶରୀରଟି ଗାଡ଼ିର କେବିନ ଭିତରେ ଚାପି ହୋଇ ରହିଥିଲା। ଦୁର୍ଘଟଣା ଖବର ପାଇ ସେଦିନ ରାତିରେ ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସୀରାମ ଶବରଙ୍କ ନେତୃତ୍ୱରେ ପୋଲିସ ବଳ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସମବାର ସକାଳେ ଭବାନୀପାଟଣା ଅଗ୍ନିଶମ ବିଭାଗ ସହ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।ଦୀର୍ଘ ସମୟ ଧରି ସଂଘର୍ଷ ପରେ ଅଗ୍ନିଶମ ବିଭାଗ ଦ୍ୱାରା ଶବ ଉଦ୍ଧାର କରି ପୋଲିସଙ୍କୁ ହସ୍ତାନ୍ତର କରିଥିଲେ।ଏନେଇ ବିଶ୍ୱନାଥପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *