କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ମହମ୍ମଦ ଗଜନୀ ଦ୍ଵାରା ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ପୁନଃଉଥାନ ର ଏକ ହଜାର ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ସୋମନାଥ ସ୍ଵାଭିମାନ ପର୍ବ ଯାତ୍ରା ଆୟୋଜନ କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ସୋମନାଥ ସ୍ଵାଭିମାନ ପର୍ବ ଯାତ୍ରା ରେ ଅଂଶଗ୍ରହଣ କରିବା ପାଇଁ ଗତ କଳାହାଣ୍ଡି ଜିଲ୍ଲାରୁ ୨୬ ଜଣ ତୀର୍ଥଯାତ୍ରୀ ସ୍ଵତନ୍ତ୍ର ବସ ଯୋଗେ ଯାତ୍ରା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତନ୍ମୟ କୁମାର ଦରୱାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷିରେ କନିଷ୍ଠ ସହାୟକ ଗୁଣସାଗର ସାହୁଙ୍କୁ ଏସ୍କର୍ଟ ଅଫିସର ଭାବରେ ନିୟୋଜିତ କରାଯାଇଅଛି। ଯାତ୍ରୀମାନେ ସ୍ଵତନ୍ତ୍ର ଓ.ଏସ୍.ଆର୍.ଟି.ସି. ବସ ଯୋଗେ ଭବାନୀପାଟଣା ବସଷ୍ଟାଣ୍ଡ ଠାରୁ ବାହାରି ଭୁବନେଶ୍ୱର ଠାରେ ପହଞ୍ଚିବେ। ସେଠାରେ ଗୋଟିଏ ଦିନ ବିଶ୍ରାମ କରି ସ୍ଵତନ୍ତ୍ର ଟ୍ରେନ ଯୋଗେ ସୋମନାଥ ଦର୍ଶନ ଯାତ୍ରା ପାଇଁ ବାହାରିଛନ୍ତି। ସେଠାରେ ସୋମନାଥ ଦର୍ଶନ ପରେ ତୀର୍ଥଯାତ୍ରୀମାନେ ୨୧.୦୬.୨୦୨୬ ଦିନ ଭୂବନେଶ୍ୱର ଠାରେ ପହଞ୍ଚିବେ ଏବଂ ପୁନଶ୍ଚ ସ୍ଵତନ୍ତ୍ର ଓ.ଏସ୍.ଆର୍.ଟି.ସି.ବସ ଯୋଗେ ସ୍ଵ-ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *