ଭାରତୀୟ ମଜଦୂର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ଯୁଗ୍ମ ଶ୍ରମ ଆଯୁକ୍ତଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଆସନ୍ତା ଗୁରୁବାରରୁ କଟକ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବ। ରାୟଗଡ଼ାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ନେତୃବୃନ୍ଦ ଏହି ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଟାଟା ଷ୍ଟିଲ ଏଫ୍ଏପି ଆଠଗଡ଼ ଠିକା ଶ୍ରମିକ ସଙ୍ଘର ପଞ୍ଜିକରଣ ପାଇଁ ୨୦୨୫ ନଭେମ୍ବରରୁ ଆବେଦନ କରାଯାଇଥିଲେ ବି ୪୫ ଦିନର ସରକାରୀ ନିୟମକୁ ଅବମାନନା କରି ଏହାକୁ ଅଟକାଇ ରଖାଯାଇଛି। ସଙ୍ଘର ଉପସଭାପତି ଯୋଗେଶ୍ୱର ଦାସ ଓ ରାଜ୍ୟ ସଭାପତି ଅଶୋକ ସ୍ୱାଇଁ କହିଛନ୍ତି ଯେ କେତେକ ଅସାଧୁ ଅଧିକାରୀ ରାଜନୈତିକ ସ୍ୱାର୍ଥ ରଖି ଲୋକାଭିମୁଖୀ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଶହ ଶହ ଶ୍ରମିକ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *