ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ଠାକୁରଗଡ଼ ଥାନା ଅନ୍ତର୍ଗତ ଦାମ ବାହାଳ ଓ ତିଳେଶ୍ଵର ଗ୍ରାମ ରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରା ଯାଇ ୫ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହିତ ୨ଶହ ଲିଟର ଦେଶୀ ମଦ ଜବତ କରାଯାଇଛି। ତା’ ସହିତ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି। ଅଭିଯୁକ୍ତ ଦାମ ବାହାଳ ଗ୍ରାମର ସନ୍ତୋଷ ବେହେରା ବୋଲି ବିଭାଗୀୟ ସୂତ୍ର ରୁ ଜଣା ପଡିଛି। ଚଢ଼ାଉ ସମୟ ରେ ଅବକାରୀ ଏଏସଆଇ ସୁରେନ୍ଦ୍ର ପ୍ରଧାନ, କନେଷ୍ଟବଳ ସଂଗ୍ରାମ ଦେହୁରୀଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

