କାଳବୈଶାଖୀ ପବନରେ ଗୁହାଳ ଉପରେ ପଡିଲା ଗଛ ; ବଳଦ ମୃତ 

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଝିରିପାଣି ପଞ୍ଚାୟତ ର ସରଧାପୁର ଗ୍ରାମରେ ବର୍ଷା ପବନରେ ଏକ ବିରାଟ କାୟ ପୁରାତନ ତେନ୍ତୁଳି ଗଛ ବଡ଼ବାବୁ ଗାଉଁଟିଆଙ୍କ ଘର ଏବଂ ଗୁହାଳ ଉପରେ ପଡିଯିବାରୁ ଗୁହାଳଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଗୁହାଳରେ ଥିବା ଦୁଇ ଗୋଟି ଗାଈ, ଦୁଇଗୋଟି ବଳଦ ଏବଂ ୧୪ ଅଧିକ ଛେଳି ରହିଥିବା ବେଳେ ଗୋଟିଏ ବଳଦ ଉପରେ ଗଛ ପଡ଼ିଯିବା ଫଳରେ ବଳଦଟି ର ମୃତ୍ୟୁ ହୋଇଛି। ଘଟଣା ରୁ ପ୍ରକାଶ ଯେ ବଡ଼ବାବୁ ଗାଉଁଟିଆ ଜଣେ ଗରିବ ଏବଂ ପେଷାରେ ଚାଷି ଓ ଦିନ ମଜୁରିଆ ବର୍ଷା ଋତୁର ଆଗମନ ଦେଖି ନିଜ ର ବଳଦ ହଳକୁ ବିଲ ଚାଷ ନିମନ୍ତେ ପ୍ରସ୍ତୁତ କରି ରଖିଥିଲେ। ହଠାତ ଆଜି ସନ୍ଧ୍ୟା ସମୟରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ପବନ ବହୁମାତ୍ରା ରେ ହୋଇଥିଲା ଫଳରେ ସରଧାପୁର ଗ୍ରାମ ରେ ନିଜ ଘରେ ବଡ଼ବାବୁ ଗାଉଁଟିଆଁ ନିଜ ପରିବାର ସହ ରହିଥିଲେ ଘରକୁ ଲାଗି ରହିଥବା ବହୁ ପୁରାତନ ବିରାଟ କାୟ ତେନ୍ତୁଳି ଗଛ ଟି ପଡିଯାଇଥିଲା ଫଳରେ ଗୁହାଳରେ ଥିବା ବଳଦ ଟି ଗଛ ତଳେ ଚାପିହୋଇ ଦେଖୁଦେଖୁ ବଳଦଟିର ଜୀବନ ଚାଲିଯାଇଥିଲା। ବର୍ତ୍ତମାନ ଠିକ ଚାଷ ସମୟରେ ଏକ ହଳ ରୁ ଗୋଟିଏ ବଳଦ ମାରୁଯିବ ହେତୁ ବଡ଼ବାବୁ କି ଭଳି ଚାଷ କରିବ ଏବଂ ପରିବାର ପ୍ରତିପୋଷଣ କରିବ ତାହାକୁ ନେଇ ମୁଣ୍ଡରେ ହାତଦେଇ ବସିଥିବା ଦେଖିବାକୁ ମିଳିଛି। ନିଜ ଭାଗ୍ୟକୁ ଆଦରି ଏବେ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି ବଡ଼ବାବୁ ଗାଉଁଟିଆ।

Leave a Reply

Your email address will not be published. Required fields are marked *