ପରିତ୍ୟକ୍ତ ଅବସ୍ଥାରେ ନୁନପୁର ଛକ ଯାତ୍ରୀ ବିଶ୍ରାମଗାର

ମ.ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ସରକାର ଯାତ୍ରୀ ମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରୁଛନ୍ତି, ହେଲେ ଅନେକ ଜାଗାରେ ଦେଖିବାକୁ ମିଳିଛି ନିର୍ମାଣ ହୋଇଥିବା ବିଶ୍ରାମାଗାର ରକ୍ଷଣାବେକ୍ଷଣ ଅଭାବରୁ  ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଯାହା ମଦୁଆ ମାନଙ୍କ ପାଇଁ ସାଜିଛି ଆଡ୍ଡା ସ୍ଥଳୀ। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ. ରାମପୁର ଦେଇ ଯାଇଥିବା ରିଷିଡା, କର୍ଲାମୁଣ୍ଡା, ବଲାଙ୍ଗୀର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ନୁନପୁର ଛକ ରେ ନିର୍ମାଣ ହୋଇଥିଲା ଏକ ଯାତ୍ରୀ ବିଶ୍ରାମାଗାର ଆଜି ତାହା ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଫଳରେ ମଦୁଆ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ନିର୍ମିତ ଯାତ୍ରୀ ବିଶ୍ରାମ ଗୃହ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଘରର କାନ୍ଥ ଓ ଛାତ ନଷ୍ଟ ହେବା ସହ ଚାରିପାଖରେ ଅନାବନା ଘାସ ଓ ଜଙ୍ଗଲ ସୃଷ୍ଟି ହୋଇଛି। ମଦୁଆ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଏହା ଫଳରେ ଯାତ୍ରୀମାନେ ବିଶ୍ରାମ ନେବାରୁ ବଞ୍ଚିତ ହେଉଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ଏହି ବିଶ୍ରାମ ଗୃହର ମରାମତି ଓ ସଫେଇ କରି ପୁଣିଥରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉପଯୋଗୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *