କେସିଙ୍ଗାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କେସିଙ୍ଗାରେ ଆରମ୍ଭ ହୋଇଯାଗଛି। ଉକ୍ତ ଯୋଜନାରେ ଚାଉଳ ପାଉଥିବା ରାଜ୍ୟର ପ୍ରତ୍ୟେକ ମୁଣ୍ଡ ପିଛା ମାସକୁ ଅଧିକ ୫ କେଜି ଚାଉଳ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିବ ମାନେ ଆଗରୁ ମୁଣ୍ଡ ପିଛା ମାସକୁ ମିଳୁଥିଲା ୫ କେଜି ବର୍ତ୍ତମାନ ମିଳିବ ୧୦ କେଜି। ଉକ୍ତ ଅନ୍ନପୂର୍ଣ୍ଣା ଯୋଜନା ରେ ପିଛିଲା ୩ ମାସର ଚାଉଳ ଦିଆ ଯାଇଛି। ଆରମ୍ଭ ହେବା ମାତ୍ରେ ତଦାରଖ ଓ ସୁବଣ୍ଟନ ର ବ୍ୟବସ୍ଥା ତଦାରଖ କରିବା ପାଇଁ ବୁଧବାର ଚାଉଳ ବିତରଣ କେନ୍ଦ୍ର ରେ ପହଞ୍ଚି ଥିଲେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ , କେସିଙ୍ଗା ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ ସ୍ୱାଇଁ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗାଣ କେନ୍ଦ୍ରରେ ଉପସ୍ଥିତ ରହି ତଦାରଖ କରିଥିଲେ। ଏଠାରେ ପ୍ରକାଶ ଥାଉକି ଉକ୍ତ ଯୋଜନାରେ କେସିଙ୍ଗା ବ୍ଲକ ର ପ୍ରାୟ ୩୦ ହଜାର ରାସନ କାର୍ଡ ଧାରୀ ଓ କେସିଙ୍ଗା ଏନ୍ ଏ ସି ର ପ୍ରାୟ ୩ ହଜାର ୬ ଶହ ରାସନ କାର୍ଡ ଧାରୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *