ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର : ଆଠମଲ୍ଲିକ ସହର ୯ ନମ୍ବର ୱାର୍ଡ ରାମେଶ୍ୱରପାଟଣାରେ ବାବା ରାମେଶ୍ୱରଙ୍କ ମନ୍ଦିର ରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ମହାଦେବଙ୍କ ପିତା ଭାବରେ ଶ୍ରୀକାନ୍ତ ମିଶ୍ର, ମାତା ଭାବରେ ବିଳାସିନୀ ଦେବୀ ଓ ମା ପାର୍ବତୀଙ୍କ ପିତା ଭାବରେ ଉମେଶ କୁମାର ଅଗ୍ରୱାଲ ଓ ମାତା ଭାବରେ ବବିତା ଅଗ୍ରୱାଲ ଦାୟିତ୍ୱ ତୁଲାଇ ଛନ୍ତି। ପୂଜକ ପ୍ରଫୁଲ୍ଲ ପାଣିଗ୍ରାହୀ ଓ ଚିତ୍ତରଞ୍ଜନ ପାଣିଗ୍ରାହୀ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପ୍ରଭୁଙ୍କର ଏହି ବିବାହ ଉତ୍ସବ ଦେଖିବା ପାଇଁ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଶୀତଳଷଷ୍ଠୀ ପୂଜା କମିଟିର ସଭାପତି ଅଶ୍ୱିନୀ ଆଚାର୍ଯ୍ୟ, ସମ୍ପାଦକ ତ୍ରିଜୀବ ତ୍ରିପାଠୀ, କୋଷାଧକ୍ଷ ହରେକୃଷ୍ଣ ଡାଙ୍ଗ, ସଭ୍ୟ କୁଲୁ ପ୍ରଧାନ, ଦେବହରି ବାହୁକ, ଅମୀୟ ଦାଶ, ରମାକାନ୍ତ ଚାନ୍ଦ, ଜ୍ୟୋତିପ୍ରକାଶ ମିଶ୍ର, ମନୋରଞ୍ଜନ ରଣା, ନରହରି ବାହୁକଙ୍କ ସମେତ ରାମେଶ୍ୱର ପାଟଣା ଗ୍ରାମବାସୀ ସହଯୋଗ କରିଛନ୍ତି।ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

