ମ. ରାମପୁର ବିଜେପି ପକ୍ଷରୁ ତ୍ରୀରଙ୍ଗା ବାଇକ ଶୋଭାଯାତ୍ରା

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) :  ଅପ୍ରେସନ ସିନ୍ଦୂର ସଫଳତା ଅବସରରେ କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡାଙ୍କ ନେତୃତ୍ବରେ ଆଜି ଦଳୀୟ କାର୍ଯ୍ୟାଳୟରୁ ବାହାରି ସ୍ଥାନୀୟ ରାମମନ୍ଦିର ଛକ, ଚାରିଛକ ଆମ୍ବେଦକର ଛକ ଦେଇ ତଲସାଗପଡା, ତୁଜୁଙ୍ଗ ଦେଇ ନୁନପୁର କୁ ପହଞ୍ଚି ଥିଲେ। ନୁନପୁର ଠାରେ ଗୋଲାପି ରଣାଙ୍କ ନେତୃତ୍ବରେ ଶତାଧିକ ସୁଭଦ୍ରା ମାଁ ମାନେ ଶୋଭାଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ପରେ ପଣ୍ଡକାମାଲ ଦେଇ ମ, ରାମପୁର କୁ ପହଞ୍ଚି ଥିଲେ। ଶୋଭାଯାତ୍ରା ବେଳେ ବିଜୟ ଶ୍ଲୋଗାନ ଦେଇ ଥିଲେ। ଏଥିରେ ଶ୍ରୀକାନ୍ତ ହୋତା, ପଦ୍ମଲୋଚନ ମିଶ୍ର, ଅନିରୁଦ୍ଧ ପ୍ରଧାନ, ନାରୀ ନେତ୍ରୀ ରାଜ ପରିବାରର ସଞ୍ଜୁକ୍ତା ସିଂହ ଦେଓ, ଗୋକୁଳାନନ୍ଦ ବିଶ୍ବାଳ, ପ୍ରତାପ ଚନ୍ଦ୍ର ରଣା, ଖୁସିରାମ ସାହୁ, ଦିବାକର ବାଗ, ପ୍ରସାନ୍ତ କୁମାର ତ୍ରିପାଠୀ, ଶରଦ ସାହୁ, ପ୍ରମୁଖ ସାମିଲ ହୋଇ ମ, ରାମପୁର ଦଳୀୟ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ।