ଲଗାଣ ବର୍ଷରେ ଭାଙ୍ଗିଲା ଘର

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ଚାଷୀଙ୍କ ମନରେ ଖୁସି ଆଣିଦେଇଥିବା ବେଳେ, ପ୍ରବଳ ପବନ ସହ ବର୍ଷା ପ୍ରଭାବରେ ଘରଦ୍ୱାର ଭାଙ୍ଗି ବାସହରା ହେବାକୁ ପଡ଼ିଥିବା ସ୍ଥିତି ସାମ୍ନାକୁ ଆସିଛି। ଏଭଳି ଏକ ସମ୍ବେଦନ ଶିଳ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ। ସ୍ବର୍ଗତ ସୁରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦୀପା ନାଗ ବୟସ ୬୫ବର୍ଷ ସେ ଏକୁଟିଆ ଖପର ଘରେ ବସବାସ କରି ଆସୁଥିଲେ। କିନ୍ତୁ ଲଗାଣ ବର୍ଷରେ ଘରଟି ସମ୍ପୂର୍ଣ ଭାଙ୍ଗି ଯିବାରୁ ସେ ଅଳ୍ପକେ ମୃତ୍ଯୁ ମୁଖରୁ ବଞ୍ଚି ଯାଇଥିବା ନିଜେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେ ବାସହରା ହେବାରୁ ପ୍ରଶାସନ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ସହଯୋଗର ହାତ ବଢାଇବା ପାଇଁ ପରିବାର ତଥା ଜନସାଧାରଣ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *