ବର୍ଷାରେ ଧୋଇଗଲା ଚାଷୀଙ୍କ ସପ୍ନ ; ୫ ଏକର ମକା ଫସଲ ନଷ୍ଟ

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଲଘୁଚାପଜନିତ ଲଗାଣ ବର୍ଷାର ବିତ୍ପାତରେ ଉଜୁଡ଼ିଲା ଚାଷୀଙ୍କ ଆଶା, ଧୋଇଗଲା ଚାଷୀଙ୍କ ସପ୍ନ । ୮ଏକର ଜମିରେ ମକା ଚାଷ କରି ଭଲ ଦୁଇ ପଇସା ରୋଜଗାର ନେଇ ଆଶା ବାନ୍ଧିଥିଲେ ହେଲେ ତାଙ୍କ ସପ୍ନ ଲଗାଣ ବର୍ଷାରେ ଧୋଇଗଲା। ଚାଷୀ ହେଲେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ସଦର ମହକୁମା ର ଶ୍ରଦ୍ଧାକର ବିଷୋୟୀ । ସେ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। ସେ ପ୍ରାୟ ୮ ଏକର ଜମିରେ ମକା ଚାଷ କରିଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ସେଥିରୁ ପ୍ରାୟ ୫ ଏକର ମକା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଚାଷ ନଷ୍ଟ ହେବା ଫଳରେ ଚାଷୀ ଶ୍ରଦ୍ଧାକର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଆଗାମୀ ଦିନରେ କିପରି କ୍ଷତି ଭରଣା ହେବ, ଧାର କରଜ କରି ଚାଷ କରିଥିଲେ ଋଣ କିପରି ଶୁଝିବେ ସେନେଇ ଚିନ୍ତାରେ ରହିଛନ୍ତି।ଏଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଘଟଣାର ସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *