ରାୟଗଡ଼ରେ ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍‌ର ପ୍ରମୋ ରନ୍ ଅନୁଷ୍ଠିତ

ରାୟଗଡ଼/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଆଜି ରାୟଗଡ଼ ଜିଲ୍ଲାରେ (ଓଏମସି) ପୁରୀ କୋଷ୍ଟାଲ୍ ମାରାଥନ୍–୨୦୨୬ର ପ୍ରମୋ ରନ୍ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର ପତାକା ଦେଖାଇ ଏହି ପ୍ରମୋ ରନ୍‌ର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ୫ କିଲୋମିଟର ଦୌଡ଼ ଗଜପତି ଛକ, ଓଭରବ୍ରିଜ୍ ଓ କୋରାପୁଟ ଛକ ଦେଇ ଅମ୍ବାଗୁଡ଼ାସ୍ଥିତ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଶେଷ ହୋଇଥିଲା। ଏଥିରେ ଜିଲ୍ଲାର ବହୁ ସଂଖ୍ୟକ ଧାବକ, କ୍ରୀଡ଼ାପ୍ରେମୀ ଓ ଯୁବବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରମୋ ରନ୍‌ର ପୁରୁଷ ବିଭାଗରେ ଶ୍ରୀକାନ୍ତ ପ୍ରାସକା ପ୍ରଥମ, ଆର୍. ଧୋନି ଦ୍ୱିତୀୟ, ଶଙ୍କର ପ୍ରାସକା ତୃତୀୟ ଏବଂ ସିନାରାଓ ପ୍ରାସକା ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହିପରି ମହିଳା ବିଭାଗରେ ଦେବସ୍ମିତା ଗରଡ଼ିଆ ପ୍ରଥମ, ମନପ୍ରଭା କୁଟ୍ରୁକା ଦ୍ୱିତୀୟ, ସୋନିଆ ନାୟକ ତୃତୀୟ ଏବଂ ନିତୁ ଚୌଧୁରୀ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର ଟ୍ରଫି ପ୍ରଦାନ କରିଥିଲେ। ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଓଏମସି ପୁରୀ କୋଷ୍ଟାଲ୍ ମାରାଥନ୍ରେ ରାୟଗଡ଼ ଜିଲ୍ଲାରୁ ଅଧିକ ସଂଖ୍ୟକ ଧାବକଙ୍କ ଅଂଶଗ୍ରହଣ ପାଇଁ ଏହି ପ୍ରମୋ ରନ୍ ଉତ୍ସାହ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହାୟକ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, ସହାୟକ ଜିଲ୍ଲାପାଳ କୁମାରୀ ବି. ରାଣୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଅବସରପ୍ରାପ୍ତ ସେକ୍ସନ ଅଧିକାରୀ ସୀମାଞ୍ଚଳ ବିଡ଼ିକା, ବରିଷ୍ଠ କିରାଣୀ କୈଳାଶ ପୁଆଲା, କନିଷ୍ଠ କିରାଣୀ ସଚିନ ନାୟକ, ଶୁଭମ ପାଢ଼ୀ ଏବଂ ଜିଲ୍ଲା ପର୍ଯ୍ୟଟନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *