ବିଜେଡିର ସକ୍ରିୟ ସଦସ୍ୟଙ୍କ ଦେହାନ୍ତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ହାରାମାଲ ପଞ୍ଚାୟତ ଅନ୍ତର୍ଗତ ପରୁଆଗୁଡା ଗ୍ରାମର ବିଜେଡିର ସକ୍ରିୟ ସଦସ୍ୟ କୈଲାଶ ମାଝୀ (୫୧)ଙ୍କର ଦେହାନ୍ତ ହୋଇଯାଇଛି। ସେ ନିଜ ଘରେ ପଡିଯିବା ଫଳରେ ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଶ୍ରୀମାଝୀଙ୍କ ଶେଷ ଦର୍ଶନ ପାଇଁ ବିପୁଳ ଜନ ସମାଗମ ହୋଇଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଖବର ପାଇବା ପରେ କଳାହାଣ୍ଡି ପୂର୍ବତନ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ସଂପାଦକ ନବୀନ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ , ଅଭିମନ୍ୟୁ ବାଗ , କୁନା ମହାନ୍ତି , ଅମିର ଅଲ୍ଲୀ , ପ୍ରଦୀପ ଠାକୁର, ପିତାମ୍ବର ଖର୍ସେଲ, ଶ୍ରୀବତ୍ସ ପଣ୍ଡା , ମଣ୍ଟୁ ମାଝୀ ସମେତ ଦଳୀୟ କର୍ମକର୍ତ୍ତା ଗଭିର ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *