ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ବେହେରା ଗ୍ରାମରେ ଉତ୍କଳ ପ୍ରଦେଶିକ ମାରୱାଡ଼ି ସମ୍ମେଳନ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସମ୍ପାଦକ ସନ୍ତୋଷ ଅଗ୍ରୱାଲଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ କ୍ଷେତ୍ରୀୟ ସମ୍ପାଦକ, ସଞ୍ଜୟ ସେଠ, କ୍ଷେତ୍ରୀୟ ଉପ ସଭାପତି ରମେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ବେହେରା ଶାଖା ସଭାପତି ସୁନୀଲ ଅଗ୍ରୱାଲ, ସମ୍ପାଦକ ବିକାଶ ଅଗ୍ରୱାଲ, କୋଷାଧ୍ୟକ୍ଷ ମଣ୍ଟୁ ଅଗ୍ରୱାଲ, ବରିଷ୍ଠ ସଦସ୍ଯ ଲଲିତ ଅଗ୍ରୱାଲ, ରମେଶ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ରଜତ ବଂଶଲ, ଦେବାଶିଷ ବଂଶଲ ପ୍ରମୂଖ ବୈଠକ ରେ ଯୋଗଦେଇ ସାମାଜିକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଆଗକୁ ସମାଜର କୁଳଦେବତା ଅଗ୍ରସେନ ମହାରାଜାଙ୍କ ଜନ୍ମ ଜୟନ୍ତୀ କୁ ଦ୍ରୁଷ୍ଟି ରେ ରଖି କିପରି ଭବ୍ୟ ଆକାରରେ ପାଳନ କରାଯିବ, ସାମାଜିକ ବିବାହ ସଂସ୍କାର, ବେହେରା ଠାରେ ଅଗ୍ରସେନ ଭବନ ନିର୍ମାଣ, ଆର୍ଥିକ ଅଭାବି ବ୍ୟକ୍ତିଙ୍କୁ ସହଯୋଗ ବିଷୟ ରେ ସାମୁହିକ ଚର୍ଚ୍ଚା କରାଯାଇଥିଲା। ଏଥିସହ ସମ୍ମେଳନ ର ମୂଖ୍ଯ କର୍ମକର୍ତ୍ତାଗଣ ମହାଲିଙ୍ଗ, କେଗାଁ, ଖୁରସୁଡ୍, ଗୋଲାମୁଣ୍ଡା, ଧର୍ମଗଡ଼ ଯାଇ ସମାଜର ବରିଷ୍ଠ କନିଷ୍ଠ ସଦସ୍ୟ ମାନଙ୍କ ସହିତ ବିଭିନ୍ନ ସାମାଜିକ ଆଲୋଚନା କରିଥିଲେ।
