କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଦେଇ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ହେଲେ ମାଝୀଗୁଡା ଗ୍ରାମର ଚଣ୍ଡୀପଡ଼ାର ରାଜ ମୋହନ ଚଣ୍ଡୀ(୬୨) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରୁ ତାଙ୍କର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଘଟଣାର ଖବର ପାଇ କୋକସରା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ବରେ କର୍ମଚାରୀ କର୍ମଚାରୀ ସୁନୀଲ ରଞ୍ଜନ ବାରଳା, ରାଧେ ଶ୍ୟାମ ପ୍ରଧାନୀ, ସ୍ମୁତି ରଞ୍ଜନ ବିଶ୍ୱାଳ, ଦେବାଶିଷ ମହାପାତ୍ର, ହେମନ୍ତ ନାଏକ, ଲଳିତ ପୁଟେଲ, ଉମାଶଙ୍କର ନାଏକ ପ୍ରମୁଖ କେନାଲ ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କରିଥିଲେ। ପୋଲିସ ଶବ ଜବତ କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପାଇଁ ପଠାଇଛି। ସନ୍ଧ୍ୟା ହେବା କାରଣରୁ ବୁଧୁବାର ସକାଳେ ସବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି।
