କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଦାବ୍ରିଗୁଡା ଗ୍ରାମରେ ଲାଗିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ସପ୍ତାହରୁ ଉର୍ଦ୍ଧ୍ବ ହେବ ପୋଡ଼ି ଯାଇଥିଲା। ଯାହା ଫଳରେ ଗାଁ ଲୋକେ ଅନ୍ଧାରରେ ରାତି କଟୁଥିଲା। ଏନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ଜଣାଇବା ସତ୍ତ୍ଵେ ମଧ୍ୟ ଧ୍ୟାନ ଦେଉ ନଥିଲେ। ପରେ ଗାଁ ଲୋକେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ। ବ୍ଳକ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ ବିଦ୍ୟୁତ୍ ବିଭାଗ ସହିତ ଆଲେଚନା କରିବା ପରେ ଶୁକ୍ରବାର ଦାବ୍ରିଗୁଡା ଗ୍ରାମରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ପହଞ୍ଚି ପୋଡ଼ା ଟ୍ରାନ୍ସଫର୍ମରକୁ ହଟାଇ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରିଛନ୍ତି। ଏହାପରେ ପୂର୍ବପରି ବିଦ୍ୟୁତ୍ କାର୍ଯ୍ୟକ୍ଷମ ହୋଇଥିବାରୁ ଗ୍ରାମର ପରୀକ୍ଷିତ ବେଶ୍ରା, ମନଧର କର, ଲଛମନ ଛତ୍ରିଆ, ହରି ବେଶ୍ରା, ଯୁଗଳ ନାଏକ, ଚନ୍ଦ୍ରମଣି ବେଶ୍ରା, ଭୋଦେବ ବାଣୁଆ, ଦୁର୍ଜନ ବାଗ, ସୁଦାମ ନାଏକ ପ୍ରମୁଖ ଗ୍ରାମବାସୀ ବ୍ଲକ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।