ପୋଖରୀରେ ବୁଡି ଦୁଇ ନାବାଳିକା ମୃତ୍ୟୁ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ଯାଣସିଂହପୁର ବ୍ଳକ ଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଗ୍ରାମରେ ଘଟିଛି ଏକ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ମୃତ୍ଯୁବରଣ କରିଛନ୍ତି। ମୃତକ ଦୁଇ ନାବାଳିକା ହେଲେ ନିଲୁ କାଡ୍ରାକା ଓ କାମି ତିଆକା। ଜଣେ ସପ୍ତମ ଶ୍ରେଣୀରେ ପଡୁଥିବା ବେଳେ ଅନ୍ଯ ଜଣେ ନବମ ଶ୍ରେଣୀର ଛାତ୍ରୀ। ଆଜି ବଡନାୟକଗୁଡା ନିକଟସ୍ଥ ପୋଖରୀରେ ଗାଧୋଉଥିବା ବେଳେ ଗଭୀର ପାଣିରେ ଦୁଇ ଜଣ ବୁଡି ଯାଇଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେବା ପରେ ପୁଲିସ ର ଉପସ୍ଥିତିରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଦୁଇ ଜଣ ପୋଖରୀରେ ବୁଡି ଯାଇଥିଲେ ସେନେଇ କୈଣସି ସୂଚନା ନଥିବା ବେଳେ କଲ୍ଯାଣସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *