କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ମଣ୍ଡଳ କ୍ଳଷ୍ଟର ଶିଶୁ ମହୋତ୍ସବ ସୁରଭି ଶୁକ୍ରବାର ଦିନ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଅନ୍ଵେଷଣକରି ତାକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ବ୍ଳକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୁଳମଣି ମାଝୀ , ପିଏମଶ୍ରୀ ସରକାରୀ ବିଶ୍ବନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା, ଭେନ୍ୟୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀରାମ ପଣ୍ଡା ଯୋଗଦାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ସେଥି ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ବିତର୍କ, ପ୍ରବନ୍ଧ, ଶ୍ରୃତଲିଖନ, ସୃଜନଶୀଳ ଲିଖନ,ଗୀତ, ପି.ଏମ୍.ପୋଷଣ ଭଳି ଅନେକ ବିଷୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶିଶୁମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ପୁରସ୍କାର ବିବରଣୀ କାର୍ଯ୍ୟକ୍ରମରେ ଭାଲୁବୁଟ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁବେର ଚଲାନ, ନୁଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋତିଲାଲ ଜାନି ଓ ମନୋଜ କୁମାର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ପରେ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଅଭୟ କୁମାର ତାଣ୍ଡି , ରମେଶ କୁମାର ବେହେରା, ଜିତେନ୍ଦ୍ର ମାଝୀ, ଫିଲୋଟିନା ପ୍ରଧାନ, ସରସ୍ଵତୀ ବିଶ୍ବାଳ,ସାଗରିକା ପଣ୍ଡା, ବବିତା ମାଝୀ, ହରିପ୍ରିୟା ସୁନାନି,କୁଶଳେଶ୍ବର ମାଝି, ପୁସ୍ତମ ବେଣୁପାଣି, ବିଭିଷଣ ପାନ୍, ବିରେନ୍ଦ୍ର ଚୌହାନ, ଜିତେନ୍ଦ୍ର ତାଣ୍ଡି, ଜୟ ପ୍ରକାଶ ମେହେର,ରୋହିତାଶ୍ବ ହଂସ ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଚନ୍ଦ୍ର ବେହେରା ଓ ଅର୍ଚ୍ଚନା ସୁନାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀରାମ ପଣ୍ଡାଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯିବା ସହିତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଥିଲେ।
