ଆନ୍ଦୋଳନ ରୁ ହଟିଲେ ଯୋଗାଣ ସହାୟକ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାଜ୍ୟ ଯୋଗାଣ ସହାୟକ ସଂଘର ନିଷ୍ପତ୍ତି କ୍ରମେ ୦୨/୦୯/୨୭  ରୁ ଦୀର୍ଘ ୩୧ ଦିନ ଧରି ୧୧ ଦଫା ଦାବି ପୂରଣ ନେଇ ଗଣ ଆନ୍ଦୋଳନରେ ଥିବା ରାଜ୍ୟର ୩୫୦୦ ରୁ ଅଧିକ ଯୋଗାଣ ସହାୟକ ଆନ୍ଦୋଳନ ରୁ ଓହରି ଯାଇଛନ୍ତି। ସରକାର ତାଙ୍କର ୪ଟି ପ୍ରମୁଖ ଦାବି ପୂରଣ ନେଇ ଆଶ୍ୱାସନା ଦେଇଥିବାରୁ ଆନ୍ଦୋଳନ ରୁ ଓହରି ଥିବା କଲ୍ୟାଣ ସିଂହପୁର ବ୍ଲକ୍ ସଭାପତି  ମୁରଲୀ ପ୍ରସାଦ କଣ୍ଡୁରୁ ସୂଚନା ଦେଇଛନ୍ତି। ଦୀର୍ଘ ୧୪ ବର୍ଷ ଧରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିଯୁକ୍ତ ହୋଇ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନ କରୁଥିଲେ ସୁଦ୍ଧା ସରକାର ତାଙ୍କୁ ଅଣଦେଖା କରୁଥିବା କହିଛନ୍ତି ବ୍ଲକ୍ ସମ୍ପାଦିକା କୁମାରୀ ହେମନ୍ତି କନ୍ଧପାଣି। ଯୋଗାଣ ସହାୟକଙ୍କ ଆନ୍ଦୋଳନ ଯୋଗୁଁ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ମାତ୍ରାରେ ଠପ୍ ହୋଇଯାଇଥିଲା। ସେପ୍ଟେମ୍ବର ଓ ଅକ୍ଟୋବର ମାସର ନର୍ମାଲ ଏବଂ ସିଏଏମହୁୟା ଚାଉଳ ବର୍ତ୍ତମାନ ସୁଦ୍ଧା ବଣ୍ଟନ ଆରମ୍ଭ ହୋଇ ପାରି ନଥିଲା। ଯୋଗାଣ ସହାୟକ ଯୋଗଦାନ ପରେ ବର୍ତ୍ତମାନ ପୁଣି ଥରେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ବୁଦ୍ଧିଜୀବୀ ମାନେ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *