ବେହେରାରେ ନବରାତ୍ର ଦୁର୍ଗାପୂଜାର କଳସ ଯାତ୍ରା

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ ) : ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପବିତ୍ର କଳସ ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ମା’ ଦୁର୍ଗାଙ୍କ ଆରାଧନା ଓ ପୂଜାର୍ଚ୍ଚନାକୁ ନେଇ ଗ୍ରାମରେ ଧାର୍ମିକ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ବିଧିବିଧାନ ଅନୁଯାୟୀ କଳସ ସ୍ଥାପନ କରାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପୂଜକ ମହେଶ୍ୱର ଶତପଥି, ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ଭାବେ ରୋଶନ ଲାଲ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ସୁଷମା ଅଗ୍ରୱାଲ ଦାୟିତ୍ୱ ବହନ କରିଥିଲେ। ଏହି ଧାର୍ମିକ ଆୟୋଜନରେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। କଳସ ସ୍ଥାପନ ସହ ନବରାତ୍ର ଦୁର୍ଗାପୂଜାର ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ସହ ଅଞ୍ଚଳର ମଙ୍ଗଳ ଓ ସମୃଦ୍ଧି କାମନା କରି ଶ୍ରଦ୍ଧାଳୁମାନେ ପୂଜାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *