ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନର ଷଷ୍ଠ ସେମିଷ୍ଟର ତଥା ଫାଇନାଲ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବିଜ୍ଞାନରେ ଧର୍ମଗଡ ସହର ବସ୍ତିପଡ଼ାର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ସୁନିତା ନାଏକଙ୍କ ପୁଅ ଅମନ କୁମାର ନାଏକ ୯.୭୪ ରଖି ମା’ ମାଣିକେଶ୍ଵରୀ ୟୁନିଭରସିଟି, କଳାହାଣ୍ଡି ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ଜିଲ୍ଲା ତଥା ଧର୍ମଗଡ଼ ଅଞ୍ଚଳ ପାଇଁ ଗୌରବ ଆଣିଛି। ଅମନଙ୍କ ସଫଳତା ପରେ ତାଙ୍କ ବଡ଼ ମାମୁ ରାଜେନ୍ଦ୍ର ଭୋଇ, ସାନ ମାମୁଁ ରାଜକିଶୋର ଭୋଇ, ବଡ଼ ବାପା ପ୍ରଦୀପ ନାଏକ, କାକା ଯୋଗୀନ୍ଦ୍ର ନାଏକ, ଧର୍ମଗଡ ଏନ୍ଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ପଣ୍ଡରା ମାଳି ସମାଜ ସେବା ସଂଘର କୁଳପତି ପ୍ରକାଶ ନାଏକ, ପଣ୍ଡରାମାଳି ସମାଜ ସଭାପତି ଈଶ୍ୱରୀ ପୂଜାରୀ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ପଣ୍ଡରା ମାଳି ସମାଜ ପୂର୍ବତନ ଯୁବ ବାହିନୀ ସଭାପତି ତଥା ବିଶିଷ୍ଟ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ ସମେତ ପଣ୍ଡରା ମାଳି ସମାଜ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।