କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଷ୍ଟ ଅଫିସରେ କାର୍ଯ୍ୟରତ ଡାକ ସହାୟକ ବିଭୂତି ଭୂଷଣ ନାଏକଙ୍କୁ କେସିଙ୍ଗା ପୋଷ୍ଟ ଅଫିସ ପକ୍ଷରୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀନାଏକ ୨୦୨୨ ମସିହାରେ କେସିଙ୍ଗା ପୋଷ୍ଟ ଅଫିସ ଯୋଗଦାନ କରି ସୁଚାରୁରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ତିନି ବର୍ଷ ମଧ୍ୟରେ ସେ ସହରରେ ଅତି ପରିଚିତ ବ୍ୟକ୍ତି ଭାବରେ ନିଜକୁ ସମ୍ପାଦନ କରୁଥିଲେ। ପୋଷ୍ଟ ଅଫିସରେ ଅଲ ରାଉଣ୍ଡର ଭାବରେ ଯେକୌଣସି କାର୍ଯ୍ୟକୁ ଅତି ସୁନ୍ଦର ଭାବରେ କରିପାରୁଥିଲେ। ମୁଖ୍ୟତଃ ଆଧାର ସଂଶୋଧନ ପାଇଁ କେସିଙ୍ଗାରେ ତାଙ୍କ ବେଶ ନାମ ଥିଲା। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ପୋଷ୍ଟ ମାଷ୍ଟର ଝସକେତନ ତ୍ରିପାଠୀଙ୍କ ସମେତ ଡାକ ସହାୟକ ସୁନୀଲ ରଣା,ରାଜେନ୍ଦ୍ର ସାହୁ,ଦେବରାଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।