ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଅବସରପ୍ରାପ୍ତ ଟ୍ୱେଣ୍ଟି ଟୁ ରେଜିମେଣ୍ଟ ସେନା କର୍ମଚାରୀ ମୃତ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦେଶ ପାଇଁ ଜୀବନ ଲଗାଇ ଦୀର୍ଘ ଅଠର ବର୍ଷ ଭାରତ ମା’ର ସେବା କଲେ। ଅବସର ପରେ ନିଜ ବିଧବା ମା’ର ସେବା ପାଇଁ ନିଜେ ଅବିବାହିତ ରହି ମାଁ ର ସେବା କଲେ। କିନ୍ତୁ ରୋଗ ଗସ୍ତ ସମୟରେ ଚାହିଁଲେନୀ ଆମ୍ବୁଲାନ୍ସ କର୍ମଚାରି ଓ ଡାକ୍ତର। ୬ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ସେବା ପାଇ ଆଖି ବୁଜିଲେ ଅବସର ପ୍ରାପ୍ତ ଟ୍ୱେଣ୍ଟି ଟୁ ରେଜି ମେଣ୍ଟ ଅବସର ପ୍ରାପ୍ତ ଯବାନ ସରୋଜ କୁମାର ପାଣିଗ୍ରାହୀ(୪୫)। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ଗ୍ରାମରେ। ସୂଚନା ଅନୁଯାଇ ଗତକାଲି ଅବସର ପ୍ରାପ୍ତ ଯବାନଙ୍କ ଦେହ ହଠାତ ଅସୁସ୍ଥ ହୋଇଥିଲା। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକେ ଅଟୋ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଅକ୍ସିଯେନ ଦିଆ ଯାଇଥିଲା।  ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଡାକ୍ତର ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ହେଲେ ଡାକ୍ତର ଖାନାରେ ଆମ୍ବୁଲାନ୍ସ ନଥିବା ଯୋଗୁଁ ଦୀର୍ଘ ୬ ଘଣ୍ଟା ବିଳମ୍ବରେ ଏକ ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ଯବାନଙ୍କୁ ପରିବାର ଲୋକେ ରାତ୍ର ଏଗାରଟା ସମୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ। ଏହାର କିଛି ସମୟ ପରେ ଅସୁସ୍ଥ ଯବାନ ମୁଖ୍ୟ ଚିକିତ୍ସାଳୟରେ ଦେହାନ୍ତ ହୋଇଥିଲେ। ତେବେ ଶୀଘ୍ର ପହଞ୍ଚି ପାରିଥିଲେ ମୂଲ୍ୟବାନ ଜୀବନ ଟି ବଞ୍ଚି ଥାନ୍ତା ବୋଲି କହିଛନ୍ତି ପରିବାର ଲୋକେ। ଏହି ଖବର ପାଇଁ କ ନୂଆଗାଁ ଏବଂ ଟ୍ୱେଣ୍ଟି ଟୁ ରେଜିମେଣ୍ଟରେ ଅବସର ନେଇ ଥିବା ସେନା କର୍ମଚାରୀ ମାନଙ୍କ ମଧ୍ୟ୍ୟରେ ଶୋକ କୋଳ ପରିବେଷ ଖେଳି ଯାଇଥିଲା। ଆଜି ଗ୍ରାମର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାର ମୃତ ସେନାଙ୍କ ବିଧବା ମାଁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବା ସହ କାର୍ଯ୍ୟରୁ ଅବହେଳା କରିଥିବା କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।