ମନ୍ତ୍ରୀଙ୍କ ଦ୍ଵାରା ନୂତନ ଖାଉଟି କାର୍ଡ ବଣ୍ଟନ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ “ନୂତନ ଖାଉଟି କାର୍ଡ ବଣ୍ଟନ” କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୧ଟି ନୂତନ ରାସନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାରେ ୧୦ ହଜାର ୭୨ ଟି କାର୍ଡ ପ୍ରଦାନ ପାଇଁ ଟାର୍ଗେଟ କରାଯାଇଛି। ବର୍ତ୍ତମାନ ୫୭୨୦ ପରିବାର ନୂତନ କାର୍ଡ ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୩୨୪୦ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ସରିଛି । ପ୍ରଥମ ପର୍ଯ୍ୟାୟର ଟାର୍ଗେଟ ପୂରଣ ହେଲା ପରେ ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ନୂତନ କାର୍ଡ ପାଇଁ ସରକାରଙ୍କୁ ଟାର୍ଗେଟ ମଗାଯାଇ ଯୋଗ୍ୟ ହିତାଧିକାରୀ ଚୟନ କରି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେହିଭଳି ପୂର୍ବ ସରକାର ଭୁତ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଉଥିଲା ବେଳେ ବିଜେପି ସରକାର ତାହାକୁ ଇକେୱେଇସି ମାଧ୍ୟମରେ ଚି଼ହ୍ନଟ କରି କାଟିଦେଇଥିବା ମନ୍ତ୍ରୀ କହିଥିଲେ। ସେଭଳି ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସମାପ୍ତି ପରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ “ମୁଖ୍ୟମନ୍ତ୍ରୀ ଧନ୍ୟବାଦ” କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ ଚାଷୀଙ୍କ ଆୟରେ ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପ୍ରାଥମିକତା ଭିତ୍ତିରେ ରାଜ୍ୟର କୃଷକ ମାନଙ୍କୁ ଖରିଫ ଋତୁରେ ଧାନର ଇନପୁଟ ସବସିଡି ୮୦୦ ଟଙ୍କା ବୃଦ୍ଧି କରି ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ବଦଳରେ ୩୧୦୦ ଟଙ୍କା କରିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମହଲରେ ଖୁସି ର ଲହରୀ ଖେଳି ଯାଇଛି। ଏହା ସହ ଚାଷୀଙ୍କ ଜମିରେ ଜଳସେଚନ ସୁବିଧା କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଯାହାକୁ ନେଇ କୃଷକ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟତୀତ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କ ସମେତ ଅନେକ କର୍ମୀ ଯୋଗଦାନ କରିଥିଲେ ।