କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା ରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକ ରୁ ହଜାର ହଜାର ସଂଖ୍ୟାରେ ସଂଖ୍ୟା ରେ ଶ୍ରମିକ ଶ୍ରେଣୀର ଲୋକମାନେ ଦାଦନ ଖଟିବାକୁ ସପରିବାର ସହିତ ଅନ୍ୟ ରାଜ୍ୟକୁ ଯାଇଥାନ୍ତି। କିଛି ଦିନ ଭଲ ରେ କାମ କରିବା ପରେ ଆରମ୍ଭ ହୋଇଯାଏ ନିର୍ଯାତନା ମାଲିକ ମାନେ ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କୁ କାମ ବେଶୀ ପଇସା କମ ଦେଇଥାନ୍ତି।କିଏ ଯଦି ଏହି ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କଲେ ବେଳେ ବେଳେ ତାଙ୍କର ଜୀବନ ମଧ୍ୟ ଚାଲିଯିବାର ମଧ୍ୟ ନଜରକୁ ଆସିଛି। ବର୍ତ୍ତମାନ ସରକାର ବଦଳିଥିଲେ ମଧ୍ୟ ବଦଳିନି ଦାଦନର ଦୁଃଖ କାମ ଓ କାମର ଉଚିତ ମୂଲ୍ୟ ନ ମିଳିବାରୁ ଏବେ ମଧ୍ୟ ବାହାର ରାଜ୍ୟରେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଦାଦନ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେହି ଭଳି ତେଲେଙ୍ଗାନା ରାଜ୍ୟ ର ହାଇଦ୍ରାବାଦ ରେ କେସିଙ୍ଗା, ଜୁନାଗଡ଼ ଓ ମ. ରାମପୁର ବ୍ଲକ ର ୨୪ ଜଣ ଦାଦନ ଙ୍କୁ ଜିଲ୍ଲା ଶ୍ରମ ବିଭାଗ ର ସାହାଯ୍ୟରେ ଗତକାଲି ଉଦ୍ଧାର କରାଯାଇ ଅଣାଯାଇଛି।ଶନିବାର ଦିନ ସନ୍ଧ୍ୟା ରେ ଏରନାକୁଲମ ଏକ୍ସପ୍ରେସ ରେ ୨୪ ଜଣ ଦାଦନ କୁ କେସିଙ୍ଗା ରେଳ ଷ୍ଟେସନ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ଜିତାମ ମାଝୀ ସମସ୍ତ ଙ୍କୁ ସ୍ଵାଗତ କରିବା ସହ ସମସ୍ତ ଦାଦନଙ୍କୁ ଜଳପାନର ବ୍ୟବସ୍ଥା କରି ନିଜନିଜ ଗ୍ରାମକୁ ପଠାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମବାହିନୀ ସଭାପତି ଝସକେତନ ବାଗ, ବି ଏସ ସି ଏସ ଡବ୍ଲୁ ୟୁନିଅନର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ରେଳବାଇ ପୋଲିସ ଉପସ୍ଥିତ ଥିଲେ।