ସୀମାନ୍ତ ଅଞ୍ଚଳରେ ବ୍ୟାପୁଛି ମ୍ୟାଲେରିଆ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) :  ମୈଦଲପୁର ପଂଚାୟତ ହେଉଛି ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ପଂଚାୟତ। ଏହା ପରେ ଆରମ୍ଭ ହେଉଛି କଳାହାଣ୍ଡି ଜିଲ୍ଲା। ମୈଦଲପୁରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ପଂଚାୟତର ୪୦ ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରିବା ସହ କଳାହାଣ୍ଡି ଜିଲ୍ଲା ଦାବିରିଘାଟି, କର୍ଲ୍ଲାକୋଟ, ଗିର୍ଲିମାଲ, ସର୍ଗିପାଣି କେତେ ଖଣ୍ଡ ଗାଁର ଲୋକ ଏହି ମେଡିକାଲ ଉପରେ ନିର୍ଭର କରନ୍ତି। କଳାହାଣ୍ଡି ଜିଲ୍ଲାର ଅଁଳାଭଟା ପଂଚାୟତର ଲୋକକୁ ମୈଦଲପୁର ମେଡିକାଲ ପାଖରେ ପଡୁଥିବାରୁ ମୈଦଲପୁର ମେଡିକାଲ ଉପରେ ନିର୍ଭର କରନ୍ତି। ମାସେ ନ ପୂରୁଣୁ ଏହି ମେଡିକାଲ ରେ ସୀମାନ୍ତ ଗାଁ ଓ ଏହି ବ୍ଲକ ର ପାହାଡିଆ ଗାଁ ଗୁଡିକ ରେ ୧୭ ମ୍ୟାଲେରିଆ ରୋଗୀ ଚି଼ହ୍ନଟ ହୋଇ ଥିବାର ମେଡିକାଲ ତରଫରୁ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ର ଦାବିରିଘାଟି ୪, କର୍ଲ୍ଲାକୋଟ ୨, ଗିର୍ଲିମାଲ ଓ ସର୍ଗିପାଣି ଜଣେ ଲେଖାଏଁ ଚି଼ହ୍ନଟ ହୋଇଛନ୍ତି । ସେହିପରି ପାପଡାହାଣ୍ଡି ବ୍ଲକର ଗାଦବକତରା ପଂଚାୟତର ଚଚରାଗୁଡା ୪, ଦହଡାକୋଟ ୧, ମାଳିଆମ୍ବ ୨, ଜବାଗୁଡା ଓ ଢ଼େପଗୁଡାର ଜଣେ ଲେଖାଏଁ ଚି଼ହ୍ନଟ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। କଳାହାଣ୍ଡି ଓ ନବରଙ୍ଗପୁର ପ୍ରଶାସନ ତରଫରୁ ପାହାଡିଆ ଗାଁ ଓ ସୀମାନ୍ତ ଗାଁ ଗୁଡିକ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲେ ଆହୁରି ଆକ୍ରାନ୍ତ ଚି଼ହ୍ନଟ ହେବା ସହ ମ୍ୟାଲେରିଆ ମୁକ୍ତ କରାଯାଇପାରିବ। ଏବେ ପାଗ ପରିବର୍ତନ, ସଚେତନତାର ଅଭାବ, ଦୂଷିତ ପାଣି ବ୍ୟବହାର ଓ ମଶାରୀ ବ୍ୟବହାର ନ କରିବା ଏହା ର ମୁଖ୍ୟ କାରଣ। ପ୍ରତ୍ୟେକ ଗାଁର ଆଶା କର୍ମୀ ଙ୍କୁ ମ୍ୟାଲେରିଆ ଟେଷ୍ଟିଙ୍ଗ କୀଟ ପ୍ରଦାନ କରାଯାଇଛି। ମାଗଣାରେ ସେବା ପାଇପାରିବେ ବୋଲି ଡାକ୍ତର ମାନସ ରଞ୍ଜନ ପାଣିଗ୍ରାହୀ କହିଛନ୍ତି।