ସମାଜ ବିଜ୍ଞାନରେ ପ୍ରତୀକ ପୁଝାରୀ ୟୁନିଭରସିଟି ଟପ୍ପର

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଯୁକ୍ତ ୩ ଷଷ୍ଠ ସେମିଷ୍ଟର ତଥା ଫାଇନାଲ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି।‌ ତେବେ ସାମାଜ ବିଜ୍ଞାନରେ ଜୁନାଗଡ଼ ସହର ତାଲାବନ୍ଦ ପଡ଼ାର ପ୍ରତୀକ ପୁଝାରୀ ୮.୪୯ ପ୍ରତିଶତ ରଖି ମା’ ମାଣିକେଶ୍ଵରୀ ୟୁନିଭରସିଟି, କଳାହାଣ୍ଡି ଟପ୍ପର ହୋଇଛନ୍ତି। ଏବଂ ନିଜ ଗାଁ, କଲେଜ ତଥା କଳାହାଣ୍ଡି ଜିଲ୍ଲା ପାଇଁ ଗୈାରବ ଅର୍ଜୁନ କରିଛନ୍ତି। ତାଙ୍କର ଏହି ସଫଳତା ପରେ ବାପା ଉପେନ୍ଦ୍ର ପୁଝାରୀ ଓ ମାତା ମିନତୀ  ଖୁସିବ୍ୟକ୍ତ କରିଛନ୍ତି। କଲେଜ କତୃପକ୍ଷ, ଜୁନାଗଡ଼ ସହରବାସୀ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।