ଉଚ୍ଚଶିକ୍ଷିତ ଟିଟୁ ଏବେ ମାନସିକ ବିକୃତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଈନ୍ଦ୍ରାକୋଲନୀର ଏକ ଚାଳ କୁଡିଆ ଭିତରେ ଅସଙ୍ଗତ ଅବସ୍ଥାରେ ଟିଟୁ ପୂଜାରୀ (୩୨) ରହିଆସୁଛନ୍ତି। ଗାଁ ପାଠପଢା ସାରି ଅନେକ ଆଶା ଓ ସ୍ପପ୍ନ ନେଇଁ ରାଜଧାନୀ ଭୁବନେଶ୍ଵରର କିଟ୍ ଠାରେ ପାଠ ପଢିଥିଲେ। ନବରଙ୍ଗପୁର ଠାରେ କମ୍ପ୍ୟୁଟର ଶିକ୍ଷା ବି ଗ୍ରହଣ କରୁଥିଲେ। କୋଲିନୀ ତଥା ପରିବାରର କୌଣସି ବ୍ୟକ୍ତି ପାଠପଢା ଠାରୁ ଦୂରରେ ଥ‌ିବା ବେଳେ ଟିଟୁ ଉଚ୍ଚଶିକ୍ଷା ନେଇ ଫେରିବାକୁ ପରିବାର ଲୋକେ ମଧ୍ୟ ଆଶା ସଞ୍ଚିଲେ। ପିଲା ଦିନରୁ ବାପାଙ୍କୁ ହରେଇବା ପରେ ନିଜ ପରିବାରର ୨ ବଡ ଭାଇ କୁଲି ମଜୁରୀ କରି ଚଳୁଛନ୍ତି। ବିଧବା ମା ପୁନେଇ ପୂଜାରୀ (୭୨) ବୟସାଧ୍ଵ ଅବସ୍ଥାରେ ପୁଅର ଏକ ମାତ୍ର ସାହା ଭରଷା ପାଲଟିଛନ୍ତି। ବିଗତ ୫ ବର୍ଷ ହେଲାଣି ଟିଟୁ ଏଭଳି ଗୋଟିଏ ଚାଳ ଘରେ ଗାଇ କି ବଳଦ ଭଳି ରହିଆସୁଛି। ଧୂରେ ଧିରେ ତାହାର ମାନସିକ ବିକୃତି ବଢିବାରୁ ପରିବାର ଲୋକେ ବାଧ୍ୟ ହୋଇ ୨ ଗୋଡ ଓ ୨ ହାତକୁ ଶିକୁଳିରେ ବାନ୍ଧି ରଖୁଛନ୍ତି। କଷ୍ଟ କରି ପଢି ପାଇଥବା ସମସ୍ତ ସାର୍ଟିଫିକେଟକୁ ସେ ଚିରି ଦେଇଥିବା ପରିବାର ଲୋକେ କହିଛନ୍ତି। ତା’ ମା ଖାଇବାକୁ ଦେଲେ ଫିଙ୍ଗାଫିଙ୍ଗି କରିବାରୁ ପତ୍ର ଦନାରେ ଖାଇବାକୁ ଦିଅନ୍ତି। ଟିଟୁର ସାଙ୍ଗମାନେ କହିବା ପ୍ରକାରେ ସେ କୌଣସି କଥାକୁ ନେଇ ଡରିଯାଇଥିଲା, ସତେକି ସେ କୌଣସି ଅପରାଧ କରିଛି। ତେଣୁ ତାକୁ କିଏ ମାରିବାକୁ କିମ୍ବା ଧରିବାକୁ ଆସିବେ ବୋଲି ଚୁପଚାପ୍ ଘରେ ରହି ଗଲା। ଅନେକଥର ତା ସାଙ୍ଗସାଥ୍‌ମାନେ ପଚାରି ବୁଝିବାକୁ ଚେଷ୍ଟା କରିଥିଲେ। ହେଲେ ସେ କେବେ କହି ନ ଥିଲା କି ଧୈର୍ଯ୍ୟ ଧରି ନ ଥିଲା। ଫଳରେ ସେ ବିଶାଦଗ୍ରସ୍ତ ହୋଇ ରହି ରାଇଥ୍ ଲା। ନିଜ କଷ୍ଟ ଉପାର୍ଜିତ ଟଙ୍କାରେ ଭାଇମାନେ କୋରାପୁଟ ବଡ ଡାକ୍ତରଖାନାରେ ନେଇ କିଛିଦିନ ଚିକିତ୍ସା କରିଥିଲେ। ଆଉ ଟିଟୁର ମସ୍ତିଷ୍କ ଠିକ୍ ବି ରହିଥିଲା। କିଛିଦିନ ପରେ ସେ ପୁଣି ଥରେ ବିଷାଦକୁ ଚାଲି ଯାଇଥିଲା। କାହାକୁ କଥାବାର୍ତ୍ତା କିମ୍ୱା ଦେଖ୍,ମିଶିବାକୁ ଚାହୁଁ ନ ଥିଲା। ଗାଁର କିଛି ଯୁବକ ଖବର ପାଇ କିଭଳି ଟିଟୁର ଦେହ ଭଲ ହେବ ଚିନ୍ତା କରିଥିଲେ ଏବଂ ଜିଲ୍ଲା ସକ୍ଷମ ସଭାପତି ସୁ ଜିତ୍ ରଥଙ୍କୁ ଫୋନ ମାଧ୍ୟରେ ଯୋଗାଯୋଗ କରିଥିଲେ। ସୁଜିତ୍ ସେମାନଙ୍କୁ ପଞ୍ଜିକରଣ କରି ୫ ତାରିଖ ଦିନ ନବରଙ୍ଗପୁର ବଡ ଡାକ୍ତରଖାନା ଠାରେ ଆଣିବାକୁ ପ୍ରବର୍ତ୍ତାଇ ଥିଲେ। ଆଦିବାସୀ ଅଧୁଷିତ ତଥା ଗରୀବ ଶ୍ରେଣୀର ହୋଇଥିବାରୁ ଟିଟୁର ଏଭଳି ଅବସ୍ଥାକୁ ନେଇଁ କାହା ଆଗରେ କହି ନ ଥିଲେ। ସ୍ଥାନୀୟ ଅଙ୍ଗନୱାଡି କର୍ମୀ ମଧ୍ଯ ଏହାକୁ ସଜ୍ଞାନକୁ ନେଇ ନ ଥିଲେ। ତେନ୍ତୁଳି ଖୁଣ୍ଟି ବିଡି ଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ଟିଟୁ ବିଷୟ ଜଣାଇବା ପରେ ତୁରନ୍ତ ପଦକ୍ଷେପ ନେଇଁ ମାନବିକତା ଦେଖାଇଥିଲେ ଓ ଡାକ୍ତରଙ୍କ ସହିତ ପରାମର୍ଶ କରି ଟିଟୁର ଉତ୍ତମ ଚିକିତ୍ସା ନିମନ୍ତେ ପଠେଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ପରିବାର ଲୋକେ ମଧ୍ୟ ଅନନ୍ୟ ଉପାୟ ନ ପାଇ ସମ୍ବଳ ଅଭାବରୁ ସ୍ଥାନୀୟ ଲୋକଙ୍କ ପରାମର୍ଶ କ୍ରମେ କେତେବେଳେ ଗୁଣିଆ ତ କେତେବେଳେ ଚେରମୂଳୀ ଚିକିତ୍ସା କରି ଚୁପ୍ ବସି ରହିଥ‌ିବା ବେଳେ ପ୍ରଶାସନ ଆଗରେ ଟିଟୁର ଚିକିତ୍ସା ପାଇଁ ଗୁହାରି କରୁଲେ।