ଭୁବନେଶ୍ବର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭୁବନେଶ୍ୱର ୟୁନିଟ-୩ ଖାରବେଳ ନଗର ସ୍ଥିତ ସଙ୍ଘ କାର୍ଯ୍ୟାଳୟଠାରେ ଓଡିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନକାରୀ ସରକାରୀ କର୍ମଚାରୀ ସଙ୍ଘର ଦ୍ୱାଦଶତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କର୍ମଚାରୀ ମାନଙ୍କର ବିଭିନ୍ନ ଦାବୀ ନେଇ ଆଲୋଚନା ହୋଇଥିଲା। ଗତ ସରକାର ସମୟରେ ଦାବୀ ଗୁଡ଼ିକ ସବୁ ସଙ୍ଘ ତରଫରୁ ଲିଖିତ ଓ ମୌଖିକ ମାଧ୍ୟମରେ ଜଣାଯାଇଥିଲା। ତଥାପି ବିଜେଡି ସରକାର ଏହାକୁ ତିଳେମାତ୍ର ଶୁଣିଲେ ନାହିଁ। ମୁଖ୍ୟ ଦାବିଗୁଡିକ ହେଲା ସର୍ବନିମ୍ନ ମୂଳଦରମା, ଅବସରକାଳୀନ ବୟସସୀମା ବୃଦ୍ଧି, ଖାଲିଥିବା ପଦବୀ ଗୁଡିକ ଯଥାଶୀଘ୍ର ପୂରଣ କରିବା, ପୋଷାକଭତ୍ତା ଓ ଧୂଲେଇଭତ୍ତା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପ୍ରଭୃତି ଦାବିକୁ ଏବର ବିଜେପି ବା ମୋହନ ମାଝୀଙ୍କ ସରକାର ପାଖରେ ଉପସ୍ଥାପନା ମୁଖ୍ୟ ଲକ୍ଷ୍ୟ ଥିଲା।