କପୁରମାଲ ଠାରେ ନୂତନ ଧାନ ମଣ୍ଡି ଉଦଘାଟିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ କପୁରମାଲ ଠାରେ ନୂତନ ମଣ୍ଡି ଉଦଘାଟିତ ହୋଉଯାଇଛି । ଏହି ଅବସରରେ ମୁଖୀଗୁଡା ଆର୍.ଆଇ ଶରତ ଚନ୍ଦ୍ର ସଗଡିଆ ,ମଙ୍ଗଳପୁର ପେକ୍ସ ଭାରପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲ, ଡିଇଓ ଲଳିତ ମୋହନ ରାଉତ,ଏନାଲାଇଜର ଅଭିମନ୍ୟୁ ବାଗ, କିଶୋର ଚନ୍ଦ୍ର ନାଏକ,କୃଷକ କମିଟିର ସଭାପତି ଘାସିରାମ ନାଗ, ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ସଂଯୋଜକ ରୁଦ୍ର ପ୍ରସାଦ ପ୍ରଧାନୀ, ମାଧବଚନ୍ଦ୍ର ବାଗ,ଭୃଷକେତୁ ରଣା, ଗଙ୍ଗାଧର ପୁଝାରି,ଦିନେଶ ଚନ୍ଦ୍ର ଦିଶାରୀ,ସୁମନ୍ତ ପୁଝାରୀ, ସଂଗ୍ରାମ ପଣ୍ଡା ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। କପୁରମାଲ, ରଜାମୁଣ୍ଡା,ମୁଣ୍ଡରାଗୁଡା ଅଞ୍ଚଳର ଚାଷୀ ଧାନ ବିକ୍ରି ପାଇଁ ଚାରି କିଲୋମିଟର ଦୂର ମଙ୍ଗଇପୁର ମଣ୍ଡିକୁ ଯାଉଥିବାରୁ ବହୁ ସମସ୍ୟାର ସମ୍ମୁଖିନ ହେଉଥିଲେ । ଦେଢ଼ ବର୍ଷର ସଂଗ୍ରାମ ପରେ କପୁରମାଲ ଠାରେ ମଣ୍ଡି ଖୋଲିବାରୁ ଚାଷୀ ମାନେ ଖୁସିବ୍ୟକ୍ତ କରିଛନ୍ତି। ଆଜି ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ୧୩୫ କ୍ୟୁଣ୍ଟାଲ ଧାନ କିଣା ଯାଇଥିଲା।