ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁରରେ ଥିବା ଡି.ଟି.ୟୁ ରେ ପୁରସ୍କାର ବିତରଣ ଉତ୍ସବ ଅନନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ରହି ସମସ୍ତ ଏନ୍.କ୍ୟୁ.ଏ.ଏସ ସାର୍ଟିଫାଏଡ୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବ୍ ସେଣ୍ଟର୍ ଏବଂ ସମସ୍ତ କାୟା କଳ୍ପ ପାଇଥିବା ସି.ଏଚ୍.ସି, ପି.ଏଚ୍.ସି, ଏ.ଏ.ଏମ.ଏସ.ସି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଯାଜପୁର ଜିଲ୍ଲାରେ ୨୦୨୪-୨୫ ରେ ମୋଟ ଉପରେ ୦୮ ଟି ସି.ଏଚ୍.ସି, ୫୫ ଟି ଏ.ଏ.ଏମ୍.ପି.ଏଚ୍.ସି, ୦୨ ଟି ୟୁ.ପି.ଏଚ୍.ସି, ୧୬୯ ଟି ଏ.ଏ.ଏମ.ଏସ.ସି କାୟାକଳ୍ପରେ ସମସ୍ତ ପାରାମିଟର ପୂରଣ କରି ଆୱାର୍ଡ଼ ପାଇବାର ଯୋଗ୍ୟତା ହାସଲ କରିଛନ୍ତି। ଏହା ସହିତ ୧୩ ଗୋଟି ଏ.ଏ.ଏମ.ଏସ.ସି, ଏନ୍.କ୍ୟୁ.ଏ.ଏସ ଯାହା ଏକ ଅନ୍ତରାଷ୍ଟ୍ରୀୟ ଗୁଣବତ୍ତାର ମାନଙ୍କ ହିସାବରେ ଗଣାଯାଏ। ଏହାର ସମସ୍ତ ମାନକକୁ ପୂରଣ କରି ସାର୍ଟିଫାଏଡ୍ ହୋଇ ପାରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏଡିପିଏଚଓ ଟିବି, ଡଃ ଦେବରାଜ ହାଁସଦା, ଏଡିପିଏଚଓ ଡିସି ଡଃ ରମେଶ ମଲ୍ଲିକ, ଡିଏମ୍ଓ ଏମ.ଏସ ଡଃ ଅନୁପ ନାଥଶର୍ମା, ଡିପିଏମସି ବିଶ୍ବରଂଜନ ରଥ, ଏଏମକ୍ୟୁଏ ଲୋପାମୁଦ୍ରା ଦାସ ମହାପାତ୍ର, ସି.ଏନ୍ ମହମ୍ମଦ ଜାକି ଆଲମ୍, ଭି.ବି.ଡି.ଟି.ଏସ ସୌମ୍ୟରଞ୍ଜନ ନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

