ସେବାଜଗତ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) :  ସେବା ଜଗତ ଓ ବନ ବିଭାଗର ମିଳିତ ଉଦ୍ୟମରେ ଉର୍ଲାଦାନୀ ପଂଚାୟତରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବନବିଭାଗର କର୍ମକର୍ତ୍ତା, ତହସିଲ ବିଭାଗର କର୍ମଚାରୀ, ସେବା ଜଗତର ସମସ୍ତ ସାଥି, ପଂଚାୟତ ପ୍ରତିନିଧି ଉପସ୍ଥିତ ଥିବାବେଳେ ଗ୍ରାମର ୧୦୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଉପସ୍ଥିତ ଥିଲେ। ସେବାଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ବନରକ୍ଷକ ଜଙ୍ଗଲ ଆଉ ଗ୍ରାମର ସମ୍ପର୍କ ବିଷୟରେ ଅବଗତ କରିଥିଲେ। ଏହାପରେ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜଙ୍ଗଲ ମଞ୍ଚର ସଂଯୋଜକ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବା ବେଳେ ସେବା ଜଗତର କର୍ମୀ ସୁନିତା ତାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ।