ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ସହ ଜଙ୍ଗଲ କାଟି ଚାଷ ଜମିରେ ପରିଣତ କରୁଛନ୍ତି ଅସାଧୁ ବ୍ୟକ୍ତି। ଅନାବାଦୀ ଜାଗା ସହ ଗୋଚର ଜମି ଏବଂ ଜଙ୍ଗଲ ଜମିକୁ ଜୋର ଜବର ଦସ୍ତ ହଡ଼ପ କରି ଚାଷ କରିବାରେ ଲାଗିଛନ୍ତି ଅନେକ ସ୍ଥାନୀୟ ଲୋକେ। ଯାହାକି ଗାଁ ଗହଳିରେ ରହୁଥିବା ଗାଈ, ଗୋରୁ ଛେଲି, ମେଣ୍ଢା ଇତ୍ୟାଦି ଚରେଇବା ପାଇଁ ଜାଗା ମିଳୁନାହିଁ। ଏବଂ ଜଙ୍ଗଲ କ୍ଷୟ ହେବା ଫଳରେ ନାନାଦି ଅସୁବିଧାର ସମୁଖୀନ ଭଗୁଛନ୍ତି ମାନବ ସମାଜ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ମୌଜାର ବଙ୍ଗଳାଗୁଡା ଏବଂ ଦଣ୍ଡୁଗୁଡା ମୌଜା, କେନ୍ଦୁଗୁଡା ମୌଜାର ଗୋଚର ଜମି, ଜଙ୍ଗଲଜମି ଏବଂ ଅନାବାଦୀ ଜମିକୁ ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ବ୍ୟକ୍ତି ମାନେ ମାଡି ବସି ଚାଷ କରୁଛନ୍ତି। ଯାହା ଫଳରେ ଗାଈ ଚରେଇବା ତ ଦୂରରକଥା ପାଦ ରଖିବାକୁ ମଧ୍ୟ ଜାଗା ଦିସୁନାହିଁ। ଏବଂ ଏଠାରେ ରହିଥିବା ଜଙ୍ଗଲ ମଧ୍ୟ କାଟି ଚାଷ ଜମିରେ ପରିଣତ କରିଛନ୍ତି। ଏହାକୁ ବିରୋଧୀ କରି ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମବାସୀ ମାନେ ଜିଲ୍ଲାପାଳ ଏବଂ ତେନ୍ତୁଳୀଖୁଣ୍ଟି ତହସିଲଦାରଙ୍କୁ ଏହି ଗୋଚର ଜମି, ଜଙ୍ଗଲ ଜମି ଏବଂ ଅନାବାଦୀ ଜମି ଜବର ଦଖଲ ଉଛେଦ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାଶୀଘ୍ର ଏହି ଜବରଦଖଲ ଉଛେଦ କରିବା ସହ ଜବରଦଖଲ କାରୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଅଞ୍ଚଳବାସି ଦାବି କରିଛନ୍ତି।

