କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ ଆତ୍ମ ଶକ୍ତି ଟ୍ରଷ୍ଟ ସଦସ୍ୟ ସଂଗଠନର ମିଳିତ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମତଃ ୧୧ଟି ବ୍ଲକରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ନେଇ ଏକ ଗ୍ରୀଷ୍ମ କାଳୀନ ଶିବିର ବା କମାଲକା କ୍ୟାମ୍ପ ଆରମ୍ଭ ହୋଇଛି। ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ, ଲିଖନ ଓ ମୈାଳିକ ଗଣିତର ଦକ୍ଷତାକୁ ମଜଭୁତ କରିବା ଏହି ଶିବିରର ମୂଖ୍ୟ ଉଦ୍ଦେଶ୍ୟ। ଏହି ଶିବିରରେ ସ୍ବେଚ୍ଛାସେବୀ ମାନଙ୍କର ନାମ ପଞ୍ଜିକରଣ କରିବା ସହିତ ମ୍ୟାପିଙ୍ଗ ପ୍ରୋଫାଇଲ୍ ମଧ୍ୟ କରାଯାଇଛି। ଏହି ଶିବିର ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପ୍ରତି ସପ୍ତାହରେ ଅଲଗା ଅଲଗା ପାଠ୍ୟକ୍ରମ ରହିଛି। ପିଲାମାନଙ୍କ ନାଚ ଗୀତ ମାଧ୍ୟମରେ ଆକୃଷ୍ଟ କରିବା ସହିତ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ମଧ୍ୟ ହୋଇପାରିବ ବୋଲି ସଂଗଠନର ପ୍ରୟାସ ଜାରି ରହିଛି। ଏହି ସଂଗଠନରେ ପୂର୍ଣ୍ଣିମା ବଗର୍ତ୍ତୀ ବ୍ଲକର ଉର୍ମି ଲିଡର ମାନେ ତରୁଣୀ ମାଝୀ, ବୀଣାପାଣି ସୁନା, ପ୍ରେମ ଶୀଳା ପାଣିଗ୍ରାହୀ ଯୋଗ ଦେଇ କ୍ୟାମ୍ପକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।

