କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦିର୍ଘ ଏକମାସ ଧରି ଚାଲିଥିବା ଇଂରାଜୀ ଓ ଗଣିତ ଶିକ୍ଷାଦାନ ଗୁରୁବାର ସମାପନ ହୋଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ବୃନ୍ଦାବନ ପୁଝାରୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନରେଶ କୁମାର ପଣ୍ଡା, ପ୍ରଦୀପ୍ତ କିଶୋର ଦାଶ, ଜୟପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିଶ୍ଵଜୀବନ ପାଢ଼ୀ, ଚାରବାହାଳ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ମୁଣ୍ଡ, ଲଡୁଗାଁ ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା, କୋକସରା ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ବେହେରା, ଲଷ୍ମୀକାନ୍ତ ପଟ୍ଟନାୟକ, ବିଦ୍ୟାମନ୍ଦିର ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର କୁମାର ନିଆଲ, ଉପ ସଭାପତି ପରମେଶ୍ୱର ବାଗ, ସଭ୍ୟା ଗାୟତ୍ରୀ ବାଣୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିରର ଗୁରୁଜୀ ମୁରଲୀଧର ପଟ୍ଟନାୟକ, ଉତ୍ତମ କୁମାର ପଣ୍ଡା, ପରମାନନ୍ଦ ବେମାଲ, ଭିକାରୀ ଚରଣ ବିଶି, ଦୁଷ୍ମନ୍ତ ପୁଝାରୀ, ଭୋଳନାଥ ଗହିର, ଗୁରୁମା ସନ୍ଧ୍ୟାରାଣୀ ମହାରଣା, ତରୁଣୀ ଗୋପାଲ, ସୁଲଗ୍ନା ଦାଶ, ବୈଶାଳୀ ନାଗ, ସେବକ ଗଗନେଶ୍ୱର ବେହେରା, ସେବିକା ସବିତା ଭାଟି ପ୍ରମୁଖ ସହଯୋଗ କରିଥିଲେ।

