ସାହାସୀ ଯୁବକ ଲିଙ୍ଗରାଜଙ୍କୁ ସମ୍ବର୍ଦ୍ଧନା

କ୍ରାନ୍ତିକ୍ଷେତ୍ର ନ୍ୟୁଜ୍/ଭବାନୀପାଟଣା(ପ୍ରଦିପ ପଣ୍ଡା) : ଭବାନିପାଟଣାର ଜଣାଶୁଣା କ୍ରିକେଟ କ୍ଲବ ‘ଅଲ୍ ଷ୍ଟାରସ କ୍ରିକେଟ କ୍ଲବ’ ପକ୍ଷରୁ ସାହାସୀ ଯୁବକ ଲିଙ୍ଗରାଜ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲା। ସ୍ଥାନିୟ ଲାଲ ବାହାଦୁର ଷ୍ଟାଡିୟମଠାରେ ଅଲ୍ ଷ୍ଟାରସ କ୍ରିକେଟ କ୍ଲବର ସଦସ୍ଯଙ୍କ ଉପସ୍ଥିତିରେ କ୍ଲବ ସଭାପତି କୁନାଲ ବେହେରା ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଲିଙ୍ଗରାଜଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସୂଚନା ଯେ’ ଗତକାଲି ଭବାନିପାଟଣା ସହର ମଧ୍ଯରେ ବୋମା ଫୁଟାଇ ଡକାୟତି ଉଦ୍ୟମ ଘଟଣାରେ ପୋଲିସ ପ୍ରଶାସନର ତ୍ଵରିତ କାର୍ଯ୍ୟ ଯୋଗୁଁ ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା। କଳାହାଣ୍ଡି ପୋଲିସର ଏହି ସଫଳତା ଏବଂ ଡକାୟତି ଉଦ୍ୟମ ପଣ୍ଡ କରିବାରେ କିଛି ସ୍ଥାନିୟ ଯୁବକଙ୍କ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। ଅସ୍ତ୍ର ରଖିଥିବା ଡକାୟତ ମାନଙ୍କ ସହିତ ଏକା ଲଢି, ଜଣେ ଦୁର୍ବୁତ୍ତ କୁ କାବୁ କରି ନେଇଥିଲେ ସ୍ଥାନୀୟ ଯୁବକ ଲିଙ୍ଗରାଜ ପଣ୍ଡା। ତାଙ୍କ ଦୁଃସାହସିକ କାର୍ଯ୍ଯ ଯୋଗୁଁ ଜଣେ ଡକାୟତକୁ ଘଟଣା ସ୍ଥଳରେ  କାବୁ କରିବା ପରେ ପୋଲିସ ସମସ୍ତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେଣୁ ଲିଙ୍ଗରାଜଙ୍କ ଏହି ବୀରତ୍ବ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନରୁ ପ୍ରଶଂସାର ସୁଅ ଛୁଟୁବା ସହ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।