କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଗତ କାଲି ଚୋରା ମଦ କାରବାର କରୁଥିବା ଜଣେ ଯୁବକକୁ କେସିଙ୍ଗା ପୋଲିସ ଗିରଫ କରିଛି। କେସିଙ୍ଗା ପୋଲିସର ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ପୋଲିସର ଏକ ଟିମ କେସିଙ୍ଗାଥାନା ହାତୀଖୋଜ ପଞ୍ଚାୟତର ସୀଙ୍ଗାରିବାହାଲ ଗ୍ରାମରୁ ଜଣକଙ୍କ ଦୋକାନରୁ ୧୬ ଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ସହିତ ପ୍ରାୟ ତିନି ଲିଟର ଦେଶୀ ମଦ ପାଉଚ ଜବତ କରି ପ୍ରହଲ୍ଲାଦ ଖମାରୀ (୪୨) ନାମକ ଜଣେ ଯୁବକକୁ ଗିରଫ କରି କେସିଙ୍ଗା ପୋଲିସ କେସ ନ ୩୧୩/୨୫ ରେ କେସ ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।