ବିଧବାଙ୍କୁ ମିଳୁନି ଭତ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):ରାଜ୍ୟ ଓ କେନ୍ଦ୍ର ସରକାର ବୃଦ୍ଧ ବୃଦ୍ଧା, ବିଧବା ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରି ଭତ୍ତା ପ୍ରଦାନ କରୁଛନ୍ତି। ହେଲେ କେତେକ ବିଧବା ମହିଳା ଅଛନ୍ତି ତିନି ଚାରି ବର୍ଷ ହେଲାଣି ଭତ୍ତା ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୈାଡି ଦୈାଡି ନୟାନ୍ତ ହୋଇଗଲେଣି। କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ତଥାପି ମିଳିପାରିନାହିଁ ବିଧବା ମହିଳାଙ୍କୁ ଖଣ୍ଡିଏ ଭତ୍ତା ଏଭଳି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ପଞ୍ଚାୟତର ବିଡାବାରୁ ଗାଁର ମୁଣ୍ଡୁକୁଲି ନାଏକ ସ୍ବାମୀ ସ୍ବର୍ଗତ ଲାଞ୍ଜୁରା ନାଏକ ଦିର୍ଘ ବର୍ଷ ଧରି ମୃତ୍ୟୁ ହୋଇଛି ଭତ୍ତା ଖଣ୍ଡେ ପାଇଁ ବିଧବା ମହିଳା ମୁଣ୍ଡୁକୁଲି ନାଏକ ବାରମ୍ବାର ବ୍ଲକ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ବ୍ଲକ ପ୍ରଶାସନ। ସେହିଭଳି ମ.ରାମପୁର ସଦର ମହକୁମା ପୋଲିସ ପଡାର ସ୍ବର୍ଗତ ଧବଳେଶ୍ଵର ବାଗଙ୍କ ସ୍ତ୍ରୀ ଆଜକୁ ସ୍ବାମୀର ମୃତ୍ୟୁ ଚାରି ବର୍ଷ ହେଲାଣି ତଥାପି ମିଳିପାରିନାହିଁ ବିଧବା ମହିଳା ଖଣ୍ଡିଏ ଭତ୍ତା ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।