ଆତଙ୍କବାଦୀ ଆକ୍ରମଣକୁ କୋକସରା ବ୍ଳକ ହିନ୍ଦୁ ସମାଜ ପକ୍ଷରୁ ନିନ୍ଦା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଘୋର ନିନ୍ଦା କରାଯାଇଛି। ମୃତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ଆତଙ୍କବାଦୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି କ୍ରମରେ ସ୍ଥାନୀୟ ଶିବ ମନ୍ଦିର ପରିସରରୁ କୋକସରା ବ୍ଳକର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଳକର ବରିଷ୍ଠ କିରାଣୀ ବିନୋଦ ନାଏକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା। ଏହାପରେ ବ୍ଳକ କାର୍ଯ୍ୟାଳୟ ସଭାଗୃହଠାରେ ଏକ ପ୍ରତିବାଦ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଗୋଦାବରୀଶ ପାତ୍ର, ତ୍ରିନାଥ ଶବର, ଦୁର୍ଗା ପ୍ରସାଦ ପ୍ରଧାନୀ, ସୁବାଷ ଚନ୍ଦ୍ର ଅଗ୍ରୱାଲ, ବସନ୍ତ ନାଗ, କିଶନ ପଟ୍ଟନାୟକ, ଚକ୍ରଧର ବେଶ୍ରା, ଗୌତମ ଅଗ୍ରୱାଲ, ଗଣେଶ ନନ୍ଦ, ଭାବଗ୍ରାହୀ ପ୍ରଧାନୀ, ଧର୍ମେନ୍ଦ୍ର ନେଗୀ, ହେମନ୍ତ କୁମାର ସାହୁ, ସୁଶୀଲ କୁମାର ପାଢ଼ୀ, ଧର୍ମବ୍ରତ ପଣ୍ଡା, ନରେଶ ମେହେର, ବଂଶୀଧର ବାଗ, ଅଭିଜିତ ପଣ୍ଡା, ସ୍ମିଥ ପଣ୍ଡା, ପ୍ରଶାନ୍ତ ଦାସ, ଲଷ୍ମୀକାନ୍ତ ପଟ୍ଟନାୟକ, ତୁଲାରାମ ନାଏକ, କ୍ଷୀରସିନ୍ଧୁ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ।