ବେଲଖଣ୍ଡି ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକଡ୍ରିଲ୍

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେସିଙ୍ଗା ବ୍ଲକ ବେଲାଖଣ୍ଡି ପଞ୍ଚାୟତରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ବେଲଖଣ୍ଡି ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ରେ ପ୍ରାକୃତିକ ବିପର୍ଯୟର ମୁକାବିଲା କରିବା ନିମନ୍ତେ ମକଡ୍ରିଲ ବା ସାମୁହିକ ଅଭ୍ୟାସର ଶିବିର ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଡିଜିଏମଜୟ ଜଗତ ସାହୁ, କଳାହାଣ୍ଡି ଏଡିଏମ ବୈତୁରା ଦୀପ, କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି,କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପଧାନ, ଏବିଡିଓ ସିଦ୍ଧେଶ୍ୱର ମେହେର, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ୍, ପଞ୍ଚାୟତ ନିର୍ବାହୀ ଅଧିକାରୀ ପାର୍ଥ ରଣା, ଡିପିଓ ବିକାଶ ରଞ୍ଜନ କର, ଆରଡବ୍ଲୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠି, କନିଷ୍ଠ ଯନ୍ତ୍ରୀ ସୁବାସ ନାଏକ, ଜିପିଡିଓ ପ୍ରେମଚାନ୍ଦ ରଣା,ଅଗ୍ନିଶ୍ରମ ବିଭାଗ,ସ୍ୱାସ୍ଥ୍ୟ ବିଭାଗ , ଆଇସିଡିଏସ୍ ବିଭାଗ, ରାଜସ୍ବ ବିଭାଗ, କୃଷି ବିଭାଗ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସମସ୍ତ ଜନ ପ୍ରତିନିଧି ସମେତ ବେଲଖଣ୍ଡି ଅଞ୍ଚଳର ପ୍ରାୟ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ।