କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କେନ୍ଦ୍ରରେ ବିଜେପି ସରକାରଙ୍କର ୧୧ବର୍ଷ ଓ ଓଡ଼ିଶାରେ ବିଜେପି ସରକାରର ୧ ବର୍ଷ ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନକୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ବିକାଶ ବାହାନ ରଥ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଲମପୁର ବ୍ଲକ ପ୍ରଶାସନ ଓ ମଣ୍ଡଳ ଗ୍ରାମ ପଞ୍ଚାୟତ ପକ୍ଷରୁ ମଣ୍ଡଳ ପଞ୍ଚାୟତ ଠାରେରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମଣ୍ଡଳ ପଞ୍ଚାୟତର ନାଏବ ସରପଞ୍ଚ କୁମୁଦିନୀ ଶବରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ କଲମପୁର ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା, ମୁଖ୍ୟ ବକ୍ତା ଭାବରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ସ୍ଵତନ୍ତ୍ର ଅତିଥି ଭାବରେ କଲମପୁର ତହସିଲଦାର ସ୍ମରଣିକା ତୁଲ୍, ସମ୍ମାନୀୟ ଅତିଥି ଭାବରେ ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ, ମଣ୍ଡଳ କାର୍ଯ୍ୟକାରୀ ଅଧିକାରୀ ରିଯି ଆନସ ଏକ୍କା , କନିଷ୍ଠ ଯନ୍ତ୍ରୀ ସୁମନ୍ତ ଦଣ୍ଡ ପାଟ , ପିତାମ୍ବର ହେମ୍ରମ, ଜଳ ପରିମଳ ବିଭାଗ ଯନ୍ତ୍ରୀ ପ୍ରଦୀପ ଖିଲାର , ଡବ୍ଲୁଇଓ ଆଶିଷ କୁମାର ପଣ୍ଡା , ଭିଏଡବ୍ଲୁ ସୁଶାନ୍ତ ରାଉତ, ବିଜେପି ଦଳ ପକ୍ଷରୁ ସମାଜ ସେବୀ ନୀଳକଣ୍ଠ ଶୁନାନୀ , ଯୁବ ନେତା ମାଙ୍ଗେଲାଲ ବାଗ , ଜନ୍ମେଜୟ ସାହୁ ପ୍ରମୁଖ ମଞ୍ଚଷିନ ରହି ରାଜ୍ୟ ସରକାରଙ୍କ ବିକାଶ ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟ କ୍ରମରେ ଅନ୍ତୋଦୟ ଆବାସ ଯୋଜନାରେ ୫ଜଣ, ତିନୋଟି ଜମି ମରାମତି କାର୍ଯ୍ୟଦେସ , ତିନି ଜଣଙ୍କୁ ହୂଇଲ ଚେୟାର ପ୍ରଦାନ କରାଯାଇଥିଲା , କାର୍ଯ୍ୟ କ୍ରମରେ ମଣ୍ଡଳ ଗ୍ରାମପଞ୍ଚାୟତର ମହିଳା ଗୋଷ୍ଠୀ , ଏମ ବିକେ, ସିଆରପି , ବ୍ୟାଙ୍କମିତ୍ରଙ୍କ ସହ ମଣ୍ଡଳ ଗ୍ରାମପଞ୍ଚାୟତ ପିଇଓ ସୁରେଶ ପୂଜାରୀ, ଏଡିଇଓ ବିରେନ୍ଦ୍ର ଗହିର , ଯୋଗାଣ ସହାୟକ ଅନଙ୍ଗସେନ ବାଗ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ଚକ୍ରଧର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ମାଙ୍ଗେଲାଲ୍ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

