କୋକସରା/କାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ମାରୱାଡି ଯୁବାମଞ୍ଚ ଓ ଲଡ଼ୁଗାଁ ଗ୍ରାମବାସୀ ଗତ ଏପ୍ରିଲ ୨୨ ତାରିଖରେ ପେହେଲଗାମ ଠାରେ ଘଟିଥିବା ଆତଙ୍କୀ ଆକ୍ରମଣର ଦୃଢ଼ ନିନ୍ଦା କରି ଶୁକ୍ରବାର ସନ୍ଧ୍ୟାରେ ଲଡ଼ୁଗାଁ ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପରେ ଦୁର୍ଗା ମଣ୍ଡପ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ହିନ୍ଦୁ ମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର, ନିର୍ମମ ହତ୍ୟାକୁ ପ୍ରତିବାଦ କରି ମୃତକଙ୍କୁ ସୋକାଭିଭୂତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକାକୁଳ ପରିବାରକୁ ସମବେଦନା ଜଣେଇଛନ୍ତି।
ଏହି କ୍ୟାଣ୍ଡେଲ ମାର୍ଚ୍ଚ ଓ ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରୁ ଆତଙ୍କବାଦ ଓ ଆତଙ୍କୀଙ୍କୁ ସଫା କରିବାକୁ ନିବେଦନ କରିଛନ୍ତି।