ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍,(ଅଶ୍ୱିନ ମଲ୍ଲିକ) : ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ପଞ୍ଚାୟତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନ କୁମାର ରାଉତ ଙ୍କୁ ଆଜି ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ ଲିନା ଦାସ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ଗଜିନ୍ଦ୍ର ନାଏକ, ଉଦେସୃଙ୍ଗ ସରପଞ୍ଚ ନାରାୟଣ ଆଘ୍ରିଆ, ସ୍କୁଲ ପରିଚାଳନା କମିଟି ସଭାପତି ହୃଷୀକେଶ ଅଘ୍ରୀଆ, ଯାଞ୍ଚ କମିଟିର ସଭାପତି କବି କେତନ ଭୋଇ ମଞ୍ଚାସିନଥିଲେ।ଶିକ୍ଷକ ମୁରଲୀଧର ଅଘରିଆ ସଭା ପରିଚାଳନା କରିଥିଲେ । ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କରିବା ପରେ ସମସ୍ତ ମଞ୍ଚାସିନ ଅତିଥି ନିଜ ନିଜର ଅଭିଭାଷଣ ରଖିଥିଲେ। ଶ୍ରୀଯୁକ୍ତ ରାଉତ ଙ୍କୁ ମୁଖ୍ୟ ଅତିଥିଙ୍କ କର କମଳରେ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଶେଷରେ ଅବସର କାଳୀନ ସଙ୍ଗୀତ ପରିବେଷଣ କରିଥିଲେ ସହ ଶିକ୍ଷକ ହରେକୃଷ୍ଣ ମାଝୀ।ଶ୍ରୀଯୁକ୍ତ ରାଉତ ୨୯ ବର୍ଷ ଧରି ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିବାପରେ ଅବସର ଗ୍ରହଣ କରିଛନ୍ତି।ସୂଚନାଯୋଗ୍ୟ ଯେ ୩୦/୦୪/୨୦୨୫ ରେ ଆନୁଷ୍ଠାନିକ ଭାବେ ଅବସର ନେବେ।ଏକ ସଚ୍ଚୋଟ , ସମୟାନୁବର୍ତ୍ତି, ସୁଦକ୍ଷ ସମ୍ପନ୍ନ ଶିକ୍ଷକ ଥିଲେ।ତାଙ୍କ ଶିକ୍ଷକତା ଜୀବନର ଅଭୁଲା ସ୍ମୃତି ର ଛାପ ଛାଡ଼ି ଯାଉଥିବାରୁ ଛାତ୍ର/ ଛାତ୍ରୀ, କମିଟି, ତଥା ଅଭିଭାବକ ଝୁରି ହେଉଛନ୍ତି।