ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସ୍ବାସ୍ତିଦୀପ ଆଦିତ୍ୟ) : ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ଜୁନାଗଡ଼ ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀ ଶେଷଦେବ ବେହେରାଙ୍କୁ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଛି। ଏହି କ୍ରମରେ ଥାନା ଅଧିକାରୀଙ୍କ ସହ ଜୁନାଗଡ଼ ଅଂଚଳରେ ଆଇନ ଶୃଙ୍ଖଳା, ଟ୍ରାଫିକ, ଚୋରି, ଡକାୟତି ଏବଂ ବିଭନ୍ନ ବିଷୟରେ ସଂଗଠନର କର୍ମକର୍ତ୍ତା ଆଲୋଚନା କରିଥିଲେ। ଏଥିରେ ସଂଗଠନର ସଭାପତି ରଞ୍ଜନ କୁମାର ଜାଲ, କାର୍ଯକାରୀ ସଭାପତି ନରେନ୍ଦ୍ର କ୍ଷିତି, ସୁଶାନୁ ନାଏକ, ପୂର୍ନେନ୍ଦୁ ମାଝୀ, ମିନୁ କନ୍ଦପାନ, ଉଗ୍ରେସେନ କନ୍ଦପାନ, ରତନ ଧଙ୍ଗଡାମାଝୀ, ଇଉସୁଫ ପୋପାଟିଆ, ଘାସି କ୍ଷିତି ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥୂଲେ।