କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ବୋର୍ପଦର୍ ଗ୍ରାମ ପଞ୍ଚାୟତର ବାଟିକୁପା ଗ୍ରାମର ଶ୍ରମିକ ମାନେ ପରିବାର ପ୍ରତିପୋଷଣ ଲାଗି ମନରେଗା ଯୋଜନରେ କାର୍ଯ୍ୟ କରିଛନ୍ତି। ହେଲେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ମିଳି ନଥିବା ନେଇ ଶ୍ରମିକ ମାନେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି। ଶ୍ରମିକ ଅନବି ମନହୀରା, ହରିଶଙ୍କର ମାଝୀ, ବିରଞ୍ଚି ମନାହୀରା, ନେପାଲ ମନହୀରା, ପଦୁ ମନହୀରା ସମେତ ବତିକୁପା ଗ୍ରାମର ସର୍ବମୋଟ ୨୪ ଜଣ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କୁ ତାଙ୍କର ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହେଇଛି।
ଅଭିଯୋଗ ମତେ ଉକ୍ତ ମନରେଗା କାର୍ଯ୍ୟର ଟଙ୍କା ପଡୋଶୀ ଗ୍ରାମ ଖଲିଆପାଲି ଓ ଭଟପଲା ଗ୍ରାମର ନିୟୋଜିତ ହୋଇ ନଥିବା କିଛି ଶ୍ରମିକ ମାନଙ୍କ ବ୍ୟାଙ୍କ୍ ଖାତାରେ ନିୟମିତ ଭାବରେ ଟଙ୍କା ଜମା ହେଇଛି। କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ତାଙ୍କ କାର୍ଯ୍ୟ କରିଥିବା ପାରିଶ୍ରମିକ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। କାର୍ଯ୍ୟ କରୁ ନଥିବା ଶ୍ରମିକ ମାନଙ୍କ ବ୍ୟାଙ୍କ୍ ଖାତାରେ କିଭଳି ଟଙ୍କା ଜମା ହେଉଛି ଓ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କୁ ପାରିଶ୍ରମିକ କିଭଳି ମିଲିପାରୁ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏ ଅଭିଯୋଗ ବିଷୟରେ ମତା ମତ ନେବା ପାଇ ବିଡ଼ିଓ ଦେବେନ୍ଦ୍ର ସାମଲ ଓ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ୍ କଲେ ଫୋନ୍ ଗ୍ରହଣ କରୁନାହାନ୍ତି। ପ୍ରକାଶ ଯୋଗ୍ୟ ଯେ, ଅଭିଯୋଗ ର ତଦନ୍ତ କରିବା ପରିବର୍ତ୍ତେ ଅଭିଯୋଗ କରୀ ମାନଙ୍କୁ ଧମକ ଦିଆଯାଉଛି। ଏହାର ତଦନ୍ତ କରି ପ୍ରକୃତ ଶ୍ରମିକ ମାନଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି।