ରାଇଘର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମାମନି ଚକ୍ରବର୍ତ୍ତୀ): ପୁଣି ମାତିଲେ ଚୋର ଚୋରି କରିନେଇଗଲେ ସୁନା ରୁପା ସହ ନଗଦ ଟଙ୍କା ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା କୋଦଭଟ୍ଟା ସାହିର ଗୁରୁଚାନ୍ଦ ବିଦ୍ୟାମନ୍ଦିର ପାଖ ଆରତୀ ରାଣୀ ଶିକଦାରଙ୍କ ଘରୁ ଗତକାଲି ଘରେ କିଏ ନ ଥିବା ବେଳେ ଝରକାର ଲୁହା ଗ୍ରିଲ ଭାଙ୍ଗି ଦୁଇଟି ସୁନା ମୁଦି, ଦୁଇଟା ସୁନା କାନ ଫୁଲ, ତିନିଟା ରୁପା ପାଉଜି ଏବଂ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇଗଲେ ଆରତୀ ଶିକଦାର ଏକ୍ସବୋର୍ଡ ବିଦ୍ୟାଳୟରେ ମେଟ୍ରୋନ ଭାବେ କାମ କରୁଥିବାରୁ ଗତକାଲି ରାତିରେ ସ୍କୁଲରେ ପିଲାମାନଙ୍କ ସହ ଶୋଇବାକୁ ପଡିଥିଲା ସେଥିପାଇଁ ଆଉ ଘରକୁ ଆସିନଥିଲେ ଏହାର ସୁଯୋଗ ନେଇ ଘର ଝରକା ଲୁହା ଗ୍ରିଲ ଭାଙ୍ଗି ସବୁ ଲୁଟିନେଲେ ସେହିପରି ତାଙ୍କ ଘର ପଡିଶା ଘର ପତ୍ରକୋଟି ସାହିର ଅଙ୍ଗନବାଡି କର୍ମୀ ରାକ୍ଷୀ ମଣ୍ଡଳଙ୍କ ପରିବାର ଗାଁକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚୋର ମାନେ କବାଟ ରେ ଲାଗିଥିବା ଦୁଇଟି ତାଲା ଭାଙ୍ଗି ୪ ଟା ସୁନା ଲକେଟ, କାନ ଫୁଲ ସହ ୩୦ ହଜାର ଟଙ୍କା ଲୁଟିନେଲେ ପ୍ରକାଶ ଥାଉକି ମୁଖ୍ଯ ଦପ୍ତର ଠାରେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି l ଦୋକାନ ବଜାର ହେଉ କିମ୍ବା ଘରେ ହେଉ ବିଳମ୍ବିତ ରାତିରେ ଚୋର ପଶି କଳାକନା ବୁଲାଇ ଚମ୍ପଟ୍ ମାରୁଛନ୍ତି l ଘର ଲୋକେ ଅନୁପସ୍ଥିତ ରହିଥିବା ଅନୁମାନ କରି ଚୋର ଉକ୍ତ ଘରକୁ ଟାର୍ଗେଟ କରୁଛନ୍ତି | ଚୋର ମାନେ ରାଇଘର ଅଞ୍ଚଳର ହୋଇଥିବାରୁ କେଉଁ ଘରେ ଲୋକ ରହୁ ନାହାନ୍ତି ତାହା ଅନୁଧ୍ୟାନ କରି ଟାର୍ଗେଟ କରୁଛନ୍ତି, ନାଇଟ୍ ପେଟ୍ରୋଲିଂ କୁ କଡାକଡି କରିବା ସହିତ ଚୋରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବାକୁ ଚେଷ୍ଟା କରିବାକୁ ସାଧାରଣରେ ଦାବୀ ହେଇଛି