ନୁନପୁର୍ ଓ ସାଲେପାଲି ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ ଶିବିର ଅନୁଷ୍ଠିତ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): ଏଲ ଟି ଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ତରଫ ରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ନୁନପୁର ଓ ସାଲେପାଳି ଗ୍ରାମ ପଞ୍ଚାୟତ ସଭା ଗୃହ ରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ନୁନପୂର ସରପଞ୍ଚ ସବିତା ରଣା ଓ ମିଶନ ଶକ୍ତି ଏମବିକେ ସାଳେପାଲି ରମିତା ସାହୁ, ଅତିରିକ୍ତ ବ୍ଲକ ପ୍ରକଳ୍ପ ସଂଯୋଜକ ସମୀର ପୁଝାରୀ , ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ପ୍ରକାଶ ଚନ୍ଦ୍ର ସାହୁ ଓ ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର ବ୍ଲକ ସଂଜୋଜିକା ଭାଗ୍ୟଶ୍ରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନ ରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟ ର ଆୟ ରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ତାଲିମ କାର୍ଯ୍ୟକ୍ରମରେ ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତ ରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ କୁ ଆକଳନ କରି ପରିବାର କୁ ଠିକ୍ ଭାବେ ପରିଚାଳନା କରିପାରିବେ । ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମ ରେ ବ୍ୟାଙ୍କ୍ ମାନଙ୍କରୁ ଋଣ ନେଇ ଆୟ ବୃଦ୍ଧି ଯୋଜନା ରେ ଲଗେଇ ନିର୍ଦ୍ଧାରିତ କିସ୍ତି ମାଧ୍ୟମ ରେ ବିନା ଖିଲପି ରେ ଫେରସ୍ତ କରି ପରିବାର ର ଆର୍ଥିକ ସ୍ଥାୟୀତ୍ବ ଆଣିପାରିବେ। କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନର ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ । ମହାଶକ୍ତି ଫାଉଣ୍ଡେସନ ର ସମନ୍ୱିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କର୍ମଶାଳାରେ ନୁଣପୂର୍ ଓ ସାଲେପାଲି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀ ସହାୟିକା, କୃଷି ଉତ୍ପାଦକ ଗୋଷ୍ଠୀ,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ର ସଦସ୍ୟା ଅଂଶ ଗ୍ରହଣ କରିଥିଲେ।