ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗଉଡ) : ପୂର୍ବରୁ ଡ଼ାବୁଗାଁ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ନୂତନ ଭାବେ ଝରିଗାଁ ବନାଞ୍ଚଳ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ଅସିତ କୁମର ସାହୁ। ଝରୀଗାଁ ବନାଞ୍ଚଳ ରେ ଚୋରା କାଠ ଚାଲାଣ ରୋକିବା, ବନ୍ୟ ଜନ୍ତୁ ଓ ଜଙ୍ଗଲ ସୁରକ୍ଷା ଏବଂ ଅଧିକରୁ ଅଧିକ ବନାନୀ ସୃଷ୍ଟି କରିବା, ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବା ସହ ଜନ ସଚେତନତା ସୃଷ୍ଟି କରିବା ନେଇ ମତ ପ୍ରକାଶ ରଖିଛନ୍ତି। ପୂର୍ବରୁ ଜଙ୍ଗଲ ସୁରକ୍ଷା ହେଉ ଅବା ନୂତନ ବନାନୀ ସୃଷ୍ଟି କରିବା ଦିଗରେ ତାଙ୍କର ବହୁ ଉପଲବ୍ଧି ରହିଛି। ସାମ୍ପ୍ରତିକ ଯୁଗରେ ବହୁ ମାତ୍ରାରେ ଜଙ୍ଗଲ କ୍ଷୟ ହେଉଛି ଯାହାକି ଜଳ ବାୟୁ ରେ ବହୁ ପରିବର୍ତନ ଦେଖା ଯାଉଛି ଏଥି ପ୍ରତି ଜାଗ୍ରତ ହେବା ସହ ଲୋକଙ୍କୁ ସଚେତନତା କରିବା ହିଁ ମୂଳ ମନ୍ତ୍ର ମାନିଛନ୍ତି ବନାଞ୍ଚଳ ଅଧିକାରୀ ସାହୁ। ନୂତନ ଭାବେ ଝରୀଗାଁ ରେ ବନାଞ୍ଚଳ ଅଧିକାରୀ ଭାବେ ତାଙ୍କର ଯୋଗଦାନ କୁ ନେଇ ବୁଦ୍ଧିଜୀବୀ ମହଲରେ ଖୁସିର ମାହୋଲ ଖେଳିବା ସହ ସାହୁଙ୍କ ନିକଟରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।