ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସ୍ବାସ୍ତିଦୀପ ଆଦିତ୍ୟ) : ଜୁନାଗଡ ବ୍ଲକ ଚାରବାହଲ ମଣ୍ଡିଠାରେ କଳାହାଣ୍ଡି ପଣ୍ଡରାମାଳି ସମାଜର ପଞ୍ଚବାର୍ଷିକ ମହାସଭା ଅନୁଷ୍ଠିତ ହୋଇଛି। ସମାଜ ସଭାପତି ଈଶ୍ୱର ପୁଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୁଳପତି ପ୍ରକାଶ ନାଏକ, ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ, ଉପସଭାପତି ବୈକୁଣ୍ଠ ନାଏକ, ସମ୍ପାଦକ ବିଷ୍ଣୁ ପ୍ରସାଦ ନାଏକ, ଜୁନାଗଡ଼ ଏନଏସି ଚେରମେନ ହିମାଦ୍ରୀ ନାଏକ, ପୂର୍ବତନ ସରପଞ୍ଚ ଦୁରସିଲା ମାଝୀ, ଆଇନଜୀବି କଲ୍ୟାଣୀ ନାଏକ, ପୂର୍ବତନ ବ୍ଲକ ଚେୟାରମେନ ତୁଲେଶ୍ୱର ନାଏକ ଓ ଜୟପାଟଣା, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ଲାଞ୍ଜିଗଡ ବ୍ଲକ ସଭାପତି ସମୂହ ମଂଚାସୀନ ହୋଇ ସମାଜକୁ ଆଗକୁ ନେବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମାଜର ସମ୍ନିବିଧାନ ୟମାବଳୀ ପାରିତ ହୋଇ ଘୋଷଣା ହୋଇଥିଲା। ସମାଜ ଯୁବ ବାହିନୀ କର୍ମକର୍ତ୍ତାଙ୍କ ବୟସ ସୀମା ୩୫ ରୁ ୪୫, ଛାତ୍ର ସଂଗଠନର ବୟସ ସୀମା ୧୮ ରୁ ୨୫, ମହିଳା ସଂଗଠନ କର୍ମକର୍ତ୍ତାଙ୍କ ବୟସ ୪୦ ରୁ ୬୦ ପାରିତ କରାଗଲା। ଏହି କ୍ରମରେ ପଣ୍ଡାରାମାଲି ଯୁବ ବାହିନୀର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଭବାନୀ ଶଙ୍କର ବଣିଆ, ଉପସଭାପତି ବିପୁଳ ବଣିଆ, ଲୋଚନ ନାଏକ, କୈଳାସ ବଣିଆ, ଶୁଭେନ୍ଦୁ ନାଏକ, ସାଧୁ ଚରଣ ନାଏକ, ସମ୍ପାଦକ ଲୋକେଶ ନାଏକ, ଯୁଗ୍ମ ସମ୍ପାଦକ ତପନ ଭୋଇ ଓ ଶୈଳ କୁମାର ନାଏକ, କୋଷାଧକ୍ଷ ସଂଜୀବ କୁମାର ବଣିଆ, ଉପଦେଷ୍ଟା ଶିବ ପ୍ରସାଦ ଭୋଇ, ବିବେକାନନ୍ଦ ମାଝୀ, ସୁଜିତ ନାଏକ, ଧନୁର୍ଜ୍ୟ ମାଝୀ, ଲୋକେଶ୍ୱର ପାରି, ବେଣୁଧର ମାସରା, ଚୌବାହା ତୋଲଟିଆ, ଧବଳେଶ୍ୱର ନାଏକ, ବାସୁଦେବ ନାଏକ, ଧର୍ମଗଡ ଏନ୍ଏସି ଯୁବ ବାହିନୀ ସଭାପତି ରୂପେ ସୌମ୍ୟ ରଞ୍ଜନ ନାଏକ ପ୍ରମୁଖଙ୍କୁ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଦୁର୍ଗାପ୍ରସାଦ ନାଏକ ଘୋଷଣା କରିଥିଲେ ଓ କୁଳପତି ପ୍ରକାଶ ନାଏକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପାଣ୍ଡରା ମାଳି ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରି ଥିଲେ।